କ୍ରାନ୍ତି ପକ୍ଷରୁ ଜାତୀୟ କର୍କଟ ବିଜୟୀ ଦିବସ ସହ ବ୍ରହ୍ମପୁର ସମର୍‌ ଫେଷ୍ଟିଭାଲ୍‌ ପାଳିତ

  • କ୍ୟାନ୍‌ସର୍‌ ପୀଡିତଙ୍କ ମୁହଁରେ ହସ ଫୁଟାଇବାକୁ ନିଆରା ପ୍ରୟାସ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଦିନକୁ ଦିନ ବୃଦ୍ଧି ପାଉଛି କର୍କଟ ରୋଗାକୋମଳ ମତି ଶିଶୁ ଠାରୁ, ଯୁବକ ଯୁବତୀମାନେ ଏବଂ ବୟସ୍କ ବ୍ୟକ୍ତିମାନେ ଏହି ରୋଗରେ ଶିକାର ହେଉଛନ୍ତି । ଏପରି ସ୍ଥଳେ ସଚେତନ ହିଁ ଏକମାତ୍ର ପନ୍ଥା ଆଜି ଜାତୀୟ ନ୍ୟାସ୍‌ନାଲ୍‌ କ୍ୟାନ୍‌ସର୍‌ ସର୍ଭାଇଭର୍‌ ଦିବସରେ ଏହି ବାର୍ତ୍ତା ରଖିଛନ୍ତି ମୁଖ କର୍କଟ ରୋଗୀ ତଥା କ୍ରାନ୍ତିର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଦେବାନନ୍ଦ ଦାସ । ସ୍ଥାନୀୟ ବିଜୁ ପଟ୍ଟନାୟକ ସଂସ୍କୃତି ଭବନଠାରେ ବ୍ରହ୍ମପୁରର ଅଗ୍ରଣୀ ସାମାଜିକ ଅନୁଷ୍ଠାନ କ୍ରାନ୍ତି ପକ୍ଷରୁ ଆୟୋଜିତ ଜାତୀୟ କର୍କଟ ବିଜୟୀ ଦିବସରେ ଅନେକ କର୍କଟ ବିଜୟୀ ଯୋଦ୍ଧା ମାନଙ୍କୁ ସମ୍ମାନୀତ କରାଯାଇଛି । ପ୍ରଥମେ ସମସ୍ତ ଅତିଥି ଓ କର୍କଟ ଯୋଦ୍ଧାମାନେ ପ୍ରଭୁ ଜଗନ୍ନାଥଙ୍କ ପାଖରେ ପ୍ରଦୀପ ପ୍ରଜ୍ଜ୍ୱଳନ କରି କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ । କ୍ରାନ୍ତି ଅନୁଷ୍ଠାନର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ତଥା ମୁଖ କର୍କଟ ରୋଗୀ ଡ. ଦେବାନନ୍ଦ ଦାଶଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ରୁପେ ଅବସରପ୍ରାପ୍ତ ଏସ୍‌. ଇ ତଥା କର୍କଟ ଯୋଦ୍ଧା ଗୋପାଳ କୃଷ୍ଣ ପଣ୍ଡା ଯୋଗ ଦେଇଥିବାବେଳେ ଅନ୍ୟତମ ଅତିଥି ରୂପେ ଏମ୍. କେ. ସି. ଜି ମେଡିକାଲ୍‌ କଲେଜ ଓ ହସ୍ପିଟାଲ୍‌ର ଚେଷ୍ଟ ଓ ଟିବିର ଆସିଷ୍ଟାଣ୍ଟ ପ୍ରଫେସର ଡ. ପ୍ରୀୟଜିତ୍ ଜେନା, ବିଶାଖପାଟଣା ସ୍ଥିତ ମହାତ୍ମାଗାନ୍ଧୀ କ୍ୟାନ୍‌ସର୍‌ ହସ୍ପିଟାଲ୍‌ ଓ ରିସର୍ଚ୍ଚ ସେଣ୍ଟରର ରେଡିଆସନ୍ ଅଙ୍କୋଲୋଜି ମୁଖ୍ୟ ଡ. କାହୁଁ ଚରଣ ପାତ୍ର ଓ ଆମ୍ବପୁଆସ୍ଥିତ ଚିରାଗ ଗ୍ଲୋବାଲ ସ୍କୁଲର ଚେୟାରମେନ୍‌ ଜିତେନ୍ଦ୍ର କୁମାର ପଣ୍ଡା ଯୋଗଦେଇ କର୍କଟ ରୋଗର ବିଭିନ୍ନ ଚିକିତ୍ସା ପଦ୍ଧତି ଉପରେ ଟିକିନିଖି ବୁଝାଇଥିଲେ । କର୍କଟ ରୋଗରେ ପୀଡିତ ରୋଗୀ କେବେ ବି ଭୟଭୀତ ନହେବାପାଇଁ ପରାମର୍ଶ ଦେଉଥିଲେ ମୁଖ୍ୟ ଅତିଥି ଶ୍ରୀ ପଣ୍ଡା । କର୍କଟ ରୋଗର ଜୀବନ ଯୁଦ୍ଧରେ ଜିତି ଥିବା ଯୋଦ୍ଧା ପୀଡିତମାନେ ନିଜର ଅନୁଭୂତି ସମ୍ପର୍କରେ କହିଥିଲେ । କ୍ୟାନ୍‌ସର୍‌ ରୋଗୀମାନେ ଅନ୍ୟ ରୋଗୀମାନଙ୍କ ପ୍ରେରଣା ହୁଅନ୍ତୁ ବୋଲି କହିଛନ୍ତି ମୁଖ କର୍କଟ ରୋଗୀ ଡ. ଦାସ । ଏହି ପରିପେକ୍ଷିରେ ବ୍ରହ୍ମପୁର ସମର ଫେଷ୍ଟିଭାଲ୍‌ ନାମରେ ପୂର୍ବରୁ ଆୟୋଜିତ ଜିଲ୍ଲାସ୍ତରୀୟ ବିଦ୍ୟାଳୟ ସ୍ତରୀୟ ପ୍ରତିଯୋଗିତାର ୫୦୦ ଜଣ ପ୍ରତିଯୋଗୀମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା । କ୍ରାନ୍ତି ଅନୁଷ୍ଠାନର କଳାକାରଙ୍କ ଦ୍ୱାରା ପରିବେଷିତ ‘ଜୀବନ ଯୁଦ୍ଧରେ ବିଜୟୀ’ ନୃତ୍ୟ ଉପସ୍ଥିତ ଜନସାଧାରଣଙ୍କ ମନରେ କୋହ ସୃଷ୍ଟି କରି ପାରିଥିଲା । ଏହି ସମସ୍ତ କାର୍ଯ୍ୟକ୍ରମରେ କ୍ରାନ୍ତି ଅନୁଷ୍ଠାନର ନିର୍ମଳା ଦାସ, ଦେବରାଜ ରାଉତ, ରାଜାରାମ ପାଢ଼ୀ, ସରୋଜ କୁମାର ସାହୁ, ଚର୍ଚ୍ଚିକା ଦାସ, ସିଗ୍ନାଧା ମହାରଣା, ଅନିଲ କୁମାର ସେଠୀ, ମିନତୀ ପଟ୍ଟନାୟକ, ପରମାନନ୍ଦ ପଣ୍ଡା, ଧନଞ୍ଜୟ ପାଣିଗ୍ରାହୀ, ମାନସ ରଥ, ଏମ୍‌. ମାଧବ ପତ୍ର, ଚିନ୍ନୟାନନ୍ଦ ଦାସ, ସୁଭ୍ରାଂଶି ମହାରଣା ସମେତ କ୍ରାନ୍ତି ଅନୁଷ୍ଠାନର ସମସ୍ତ ସଦସ୍ୟ ସଦସ୍ୟା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ଓ ଶେଷରେ ନିର୍ମଳା ଦାସ ଧନ୍ୟବାଦ ଦେଇଥିଲେ ।

Leave A Reply

Your email address will not be published.