oom

ଏସ୍‌ ଏନ୍‌ ଡିଜାଇନ୍ସ କାର୍ଯ୍ୟାଳୟ ଉଦ୍‌ଘାଟିତ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଆୟୁର୍ବେଦିକ ମହାବିଦ୍ୟାଳୟ ପଛପଟେ ବିନାୟକ ନଗରରେ ଉଦ୍‌ଘାଟିତ ହୋଇଯାଇଛି । ଅତ୍ୟାଧୁନିକ ସ୍ଥାପତ୍ୟ କଳା ପାଇଁ ଏସ୍‌ ଏନ୍‌ ଡିଜାଇନ୍ସର କାର୍ଯ୍ୟାଳୟ । ଏସ୍‌ ଏନ୍‌ ଡିଜାଇନ୍ସର ସତ୍ୱାଧିକାରୀ ହେଉଛନ୍ତି ଯୁବ ଆର୍‌ଚିଟେକ୍‌ଟ ଇଂଜିନିଅର୍‌ ଶୁଭମ୍‌ ଖମାରୀ । ବଲାଙ୍ଗିର ସହରକୁ ଅତ୍ୟାଧୁନିକ ସ୍ଥାପତ୍ୟ କଳା ପ୍ରଦାନ ଲକ୍ଷ୍ୟରେ ଆଜି ଏସ୍‌ ଏନ୍‌ ଡିଜାଇନ୍ସ କାର୍ଯ୍ୟାଳୟ ଉଦ୍‌ଘାଟିତ ହୋଇଥିବା ସେ ମତ ଦେଇଛନ୍ତି । ଏହି ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବଲାଙ୍ଗିର ଜିଲ୍ଲା ଅବସରପ୍ରାପ୍ତ ସୈନିକ ସଂଘର ସାଧାରଣ ସଂପାଦକ ତଥା ଅଲ୍‌ ଓଡ଼ିଶା ଭେଟେରାନ୍‌ ସୋଲ୍‌ଜର୍ସ ଏସୋସିଏସନ୍‌ର ଉପସଭାପତି ପ୍ରତାପ ଚନ୍ଦ୍ର ରଥ ଯୋଗଦାନ କରିଛନ୍ତି । ଶ୍ରୀ ରଥ କହିଛନ୍ତି ଯେ, ଆଗାମୀ ଦିନରେ ବଲାଙ୍ଗିର ସହରକୁ ଆହୁରି ସୁନ୍ଦର କରି ଗଢ଼ି ତୋଳିବା ଦିଗରେ ଏସ୍‌ ଏନ୍‌ ଡିଜାଇନ୍ସ ଗୁରୁତ୍ୱପୂର୍ଣ୍ଣ ଭୂମିକା ବହନ କରିବ । କାର୍ଯ୍ୟକ୍ରମରେ ସହରର ଶତାଧିକ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ସହ ଚକ୍ଷୁରୋଗ ବିଶେଷଜ୍ଞ ଡା. ସତ୍ୟନାରାୟଣ ସାହୁ, ଅଶୋକ ନନ୍ଦ, ଅଧ୍ୟାପକ ପ୍ରଶାନ୍ତ ଖମାରୀ, ସଂଜୀବ ସାହୁ, ଇନ୍ଦ୍ରମଣି ନାହାକ, ରାଜକିଶୋର ତ୍ରିପାଠୀ, ବିଶ୍ୱଜିତ ସାହୁ, ସ୍ୱୟାଂଶୀ ନାହାକ, ସ୍ୱୟାଂଶୁ ନାହାକ, ଆରତୀ ପ୍ରିୟଦର୍ଶିନୀ, ସସ୍ମିତା ସାହୁ, ସରିତା ତ୍ରିପାଠୀ, ନରେନ୍ଦ୍ର ନାହାକ ପ୍ରମୁଖ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.