ବାଇକ୍ ଦୁର୍ଘଟଣାରେ ଯୁବକ ମୃତ

ଗଞ୍ଜାମ : ବାଇକ୍ ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ । ଗଞ୍ଜାମ ଜିଲ୍ଲା କୋଟିନଡା ଥାନା କଲେଜଛକ ସୂତାକଳ ନିକଟରେ ଘଟିଛି ଏହି ଦୁର୍ଘଟଣା । ମୃତ ଯୁବକ ହରିଡ଼ାପଦର ପଞ୍ଚାୟତ ମାଗୁରା ଗ୍ରାମର ବାଦଲ ନାୟକ ବୋଲି ଜଣାପଡ଼ିଛି । ବାଦଲ ନିଜ ବାଇକ ଯୋଗେ ଗାଁଁକୁ ଫେରିବା ସମୟରେ ସୂତାକଳ ନିକଟରେ ବାଇକଟି ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଫଳରେ ବାଦଲଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା । ଖବରପାଇ କୋଟିନଡ଼ ପୁଲିସ ଘଟଣାସ୍ଥଳରେ ପହଞ୍ଚି ବାଦଲଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଚିକିତ୍ସା ପାଇଁ ଆସିକା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିବା ସୂଚନା ମିଳିଛି ।

Leave A Reply

Your email address will not be published.