ବୁଧିଆ କିଷାନଙ୍କ ମୃତ୍ୟୁରେ ଅନୁକମ୍ପା ନିଯୁକ୍ତି ଦାବି : ଗଣଧାରଣାରେ ସାମିଲ ହେଲେ ସାଂସଦ ଜୁଏଲ ଓରାମ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ଇସ୍ପାତ କାରଖାନା ସହର ସେବାରେ କାର୍ଯ୍ୟରତ ବରିଷ୍ଠ ଜମି ଜମାଦାର ବୁଧିଆ କିଷାନ ଡ୍ୟୁଟି ଯିବା ବାଟରେ ହଠାତ ଅସୁସ୍ଥ ହୋଇ ପଡ଼ିଥିଲେ ଓ ପରେ ତାଙ୍କୁ ଇସ୍ପାତ ଜେନେରାଲ ହସପିଟାଲରେ ସ୍ଥାନୀୟ ଲୋକେ ଭର୍ତ୍ତି କରିଥିଲେ । ତେବେ ଚିକିତ୍ସାଧୀନ ସମୟରେ ତାଙ୍କ ମୃତ୍ୟୁ ଘଟିଥିଲା ବୋଲି ପରିବାରବର୍ଗ କହିଥିଲେ । ତାଙ୍କ ମୃତ୍ୟୁ ଘଟଣାକୁ ନେଇ, ତାଙ୍କ ପରିବାରବର୍ଗ ଅନୁକମ୍ପାମୂଳକ ନିଯୁକ୍ତି ଦାବି କରି ଇସ୍ପାତ ଜେନେରାଲ ହସ୍‌ପିଟାଲ ସମ୍ମୁଖରେ ତିନି ଦିନ ଧରି ଧାରଣାରେ ବସି ରହିଛନ୍ତି । ବୁଧିଆଙ୍କ ମର ଶରୀର ଇସ୍ପାତ ଜେନେରାଲ ହସ୍‌ପିଟାଲର ମାର୍ଗ ହାଉସରେ ପଡ଼ି ରହିଛି । ଯେତେବେଳେ ତାଙ୍କ ପରିବାର ବର୍ଗଙ୍କୁ ଅନୁକମ୍ପାମୂଳକ ନିଯୁକ୍ତି ଲିଖିତ ଭାବରେ ଘୋଷଣା କରି ରାଉରକେଲା ଇସ୍ପାତ କାରଖାନା କର୍ତ୍ତୃପକ୍ଷ ଜଣାଇବେ ସେତେବେଳେ ଯାଇ ତାଙ୍କ ମର ଶରୀରକୁ ଗ୍ରହଣ କରି ନିଆଯିବ ବୋଲି ତାଙ୍କ ପରିବାରବର୍ଗ ଜିଦ୍‌ରେ ରହିଛନ୍ତି । ଇତି ମଧ୍ୟରେ ସେମାନଙ୍କ ଦାବିକୁ ଯଥାର୍ଥ ଜଣାଇ ଦୁଇ ଦିନଧରି ସୁନ୍ଦରଗଡ ସାଂସଦ ଜୁଏଲ ଓରାମ ଧାରଣାରେ ବସି ରହିଛନ୍ତି ଓ ତୁରନ୍ତ ତାଙ୍କ ପରିବାର ବର୍ଗଙ୍କୁ ଅନୁକମ୍ପାମୂଳକ ନିଯୁକ୍ତି ଦେବାକୁ ଦାବି କରିଛନ୍ତି । ଇସ୍ପାତ କାରଖାନା କର୍ତ୍ତୃପକ୍ଷଙ୍କ ଟାଳଟୁଳ ନୀତି ଅବଲମ୍ବନ ନୀତିକୁ ପରିତ୍ୟାଗ କରି ତୁରନ୍ତ ଏହାର ସମାଧାନ କରନ୍ତୁ ବୋଲି ମିଡିଆ ଆଗରେ ଶ୍ରୀ ଓରାମ କହିଛନ୍ତି । ଏହି ଗଣଧାରଣାରେ ବହୁତ ଲୋକ ସାମିଲ ହୋଇଛନ୍ତି ଓ ବିଜେପିର ନେତୃମଣ୍ଡଳୀ ମଧ୍ୟ ଏହାକୁ ସମର୍ଥନ କରି ଧାରଣାରେ ବସିଛନ୍ତି । ବିଜେପି ରାଜ୍ୟ ମୁଖପାତ୍ର ଧୀରେନ୍ ସେନାପତି, ରଘୁନାଥପଲ୍ଲୀ ବିଧାୟକ ପ୍ରାର୍ଥୀ ଦୁର୍ଗାଚରଣ ତନ୍ତି, ବରିଷ୍ଠ ନେତା ମହେନ୍ଦ୍ର ମାଝୀ, ଗଙ୍ଗାଧର ଦାଶ, ଶଶାଙ୍କ ଜେନା, ଅଜୟ କଂସାରୀ, ଆଶା ନାଇଡୁ, ସରୋଜ ଦାସ, ଦିଲ୍ଲୀପ ପଟ୍ଟନାୟକ, ଅଶୋକ ଲେଙ୍କା, ମନୋରଞ୍ଜନ ମୁନି, ମନୋଜ ସେନାପତି, ସନ୍ତୋଷ ବିରାଟ, ଅମୃତଲାଲ ଓରାମ, ସନ୍ତୋଷ ତିର୍କୀ, ସୁରେନ୍ଦ୍ର ବେଉରୀ, ସୁନିତା ମୋହିନୀ, ରାଜେଶ ପ୍ରସାଦ, ସନ୍ଦୀପ ଅଗ୍ରୱାଲ, ବାବାଜୀ ସାହୁ, ଆଲୋକ ନାୟକ, ନମ୍ରତା ବାଗ, ରଞ୍ଜିତା କିସପଟା, ମମତା ମହାନ୍ତି, ସୁଶୀଳା ଶର୍ମା, ରାଜଶ୍ରୀ ମିଶ୍ର, ସବିତା ସିଂ, ଶିଲା ପାତ୍ର, ସୁଦାମ ସାହୁ, ପ୍ରେମଚାନ୍ଦ ପଶାୟତ, ସୂର୍ଯ୍ୟକାନ୍ତ ପ୍ରଧାନ, ମଞ୍ଜିତ ସିଂ, ବିନୋଦ ସିଂ, ଲକ୍ଷ୍ମୀ ଭୂମିଜଙ୍କ ସମେତ ଶତାଧିକ ଧାରଣାରେ ସାମିଲ ହୋଇଛନ୍ତି ବୋଲି ଜିଲ୍ଲା ମୁଖପାତ୍ର ଗଙ୍ଗାଧର ଦାଶ ଏକ ପ୍ରେସ ବିବୃତିରେ ଜଣାଇଛନ୍ତି ।

Leave A Reply

Your email address will not be published.