ଘାଟିରୁ ଖସିଲା ହଳଦୀ ବୋଝେଇ ଟ୍ରକ୍ : ୧ ମୃତ

ଗଞ୍ଜାମ : ଗଞ୍ଜାମ ଜିଲ୍ଲା ତପ୍ତପାଣି ଘାଟି ଯୋକରାପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିବା ଖବର ମିଳିଛି । ମୋହନା(ଗଜପତି)ରୁ ବ୍ରହ୍ମପୁର ଅଭିମୁଖେ ଯାଉଥିବା ଏକ ହଳଦୀ ବୋଝେଇ ଟ୍ରକ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ଭାରସାମ୍ୟ ହରାଇ ଟ୍ରକ୍‌ଟି ଘାଟି ତଳକୁ ଖସିପଡ଼ି ଥିବା ବେଳେ ଘଟଣାସ୍ଥଳରେ ହେଲପରଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ଦୁର୍ଘଟଣା ଘଟାଇବା ପରେ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ସୂଚନା ମିଳିଛି । ମୃତକ ହେଲପରଙ୍କ ନାଁ ସୁରେଶ କୁମାର ଗୁରୁ ଘର ନୟାଗଡ଼ ଜିଲ୍ଲାର ସରପଡ଼ା ବୋଲି କୁହାଯାଇଛି । ଖବର ପାଇ ପାଟପୁର ଥାନା ପୁଲିସ୍ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହିତ ଘଟଣାର ଅଧିକ ତଦନ୍ତ କରୁଥିବା ଜଣାପଡ଼ିଛି ।

Leave A Reply

Your email address will not be published.