କୃଷି ଆଇନରେ ସଂଶୋଧନ ପାଇଁ ମିଳିତ କମିଟି ଗଠନ କରିବାକୁ ସରକାର ପ୍ରସ୍ତୁତ : କୃଷକମାନେ ସନ୍ତୁଷ୍ଟ ନୁହଁନ୍ତି

ନୂଆଦି‌ଲ୍ଲୀ : କୃଷି ଆଇନ ପ୍ରସଙ୍ଗରେ ସରକାର ଏବଂ କୃଷକଙ୍କ ମଧ୍ୟରେ ଆଲୋଚନା ଚାଲିଛି । ଅଷ୍ଟମ ରାଉଣ୍ଡର ଏହି ଆଲୋଚନା ଦିଲ୍ଲୀର ବି‌ଜ୍ଞାନ ଭବନରେ ଅନୁଷ୍ଠିତ ହେଉଛି । ଶେଷ ବାର୍ତ୍ତାଳାପରେ ବିଦ୍ୟୁତ୍ ବିଲ୍ ପ୍ରସଙ୍ଗରେ କୃଷକଙ୍କ ଦାବୀକୁ ନେଇ ସରକାର ସହମତ ହୋଇଥିଲେ ମଧ୍ୟ ବର୍ତ୍ତମାନ ଏମଏସପି ପ୍ରତ୍ୟାହାର ଏବଂ କୃଷି ଆଇନ ଉଭୟ ପକ୍ଷରେ ଆଲୋଚନା ହେଉଛି ।

କୃଷକ ଏବଂ ସରକାରଙ୍କ ମଧ୍ୟରେ ହୋଇଥିବା କଥାବାର୍ତ୍ତାର ସଦ୍ୟତମ ଖବର ହେଉଛି ଯେ, କୃଷକ ସଂଗଠନର ଏମଏସପି ଉପରେ ଲିଖିତ ନିଶ୍ଚିତତା ଏବଂ ତିନୋଟି କୃଷି ଆଇନ ପ୍ରତ୍ୟାହାର ଦାବୀ ଉପରେ ସରକାର କହିଛନ୍ତି ଯେ ଏହି ତିନୋଟି ଆଇନରେ କେଉଁ ସଂଶୋଧନ କରାଯିବା ଉଚିତ ତାହା ସ୍ଥିର କରିବାକୁ ସେମାନେ ମିଳିତ କମିଟି ଗଠନ କରାଯିବା ଉଚିତ୍ । ସୂଚନାନୁସାରେ, ସରକାରଙ୍କ ଏହି ପ୍ରସ୍ତାବକୁ କୃଷକ ସଂଗଠନ ପ୍ରତ୍ୟାଖ୍ୟାନ କରିଥିଲେ ।

ମଧ୍ୟାହ୍ନ ଭୋଜନ ବିରତି ପରେ ସରକାରଙ୍କ ମନ୍ତ୍ରୀଙ୍କ କୃଷକ ସଂଗଠନ ସହ ଆଲୋଚନା ପୁଣି ଆରମ୍ଭ ହୋଇଛି । ଆଜି ଉଭୟ ପକ୍ଷ ମଧ୍ୟରେ ଅଷ୍ଟମ ରାଉଣ୍ଡ ଆଲୋଚନା ଚାଲିଛି । ଏହାପୂର୍ବରୁ ସରକାର ଚାଷୀଙ୍କ ଦାବୀକୁ ବିଚାର କରି ତିନୋଟି ଆଇନରେ ସଂଶୋଧନ ପାଇଁ ମିଳିତ କମିଟି ଗଠନ କରିବାକୁ ରାଜି ହୋଇଥିଲେ । କିନ୍ତୁ ସରକାରଙ୍କ ପ୍ରସ୍ତାବକୁ ଚାଷୀମାନେ ପ୍ରତ୍ୟାଖ୍ୟାନ କରିଥିଲେ । ଏବେ ପୁଣି ଦୁଇ ଦଳ ମଧ୍ୟରେ ଆଲୋଚନା ଆରମ୍ଭ ହୋଇଛି ।

Leave A Reply

Your email address will not be published.