oom

ପ୍ରଧାନମନ୍ତ୍ରୀ ଶସ୍ୟ ବୀମା ଟଙ୍କା ଜମାହେଲା : ବାଦିକଟା ପଞ୍ଚାୟତରେ ସମ୍ବର୍ଦ୍ଧନା

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ତ ପାଇକମାଲ ବ୍ଲକର ବାଦିକଟା, ଲଖମରା, ଭେଙ୍ଗରାଜପୁର ୩ଟି ଗ୍ରାମ ପଞ୍ଚାୟତର ୨୦୧୯ ମସିହାର ପ୍ରଧାନମନ୍ତ୍ରୀ ଫସଲ ବୀମା ୩୦ କୋଟିରୁ ଉର୍ଦ୍ଧ୍ବ ଚାଷୀ ମାନଙ୍କ ବ୍ୟାଙ୍କ ଖାତାରେ ଜମା ହେବା ପରେ ଚାଷୀ ମାନଙ୍କ ତରଫରୁ ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତଙ୍କୁ ବିଭିନ୍ନ ଗାଁରେ ସମ୍ବର୍ଦ୍ଧନା ଦିଆଯାଇଛି । ଆଜି ବାଦିକଟା ଗ୍ରାମ ପଞ୍ଚାୟତର ବାଦିକଟା, ଘେଁସରା ଓ ସାପଲହର ଗ୍ରାମରେ ଚାଷୀ ମାନଙ୍କ ଦ୍ବାରା ଶୋଭାଯାତ୍ରା ସହ ସମ୍ବର୍ଦ୍ଧନା ସଭା ମାନ ଅନୁଷ୍ଠିତ ହୋଇଥିଲା ।

ସମ୍ବର୍ଦ୍ଧନା ସଭାରେ ପୂର୍ବତନ ବିଧାୟକ ଶ୍ରୀ ପୁରୋହିତ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ମୁକ୍ତା ସାହୁ, ଯୁବ ମୋର୍ଚ୍ଚା ସଭାପତି ପ୍ରୀତେଶ ବହିଦାର, ସମିତି ସଭ୍ୟ ଶ୍ରୀମତୀ ବବିତା ପ୍ରଧାନ, ବିଜେପି ମଣ୍ତଳ ସଭାପତି ଭୀଷ୍ମଦେବ ସାହୁ, ପାଇକମାଲ ମଣ୍ତଳ ସଭାପତି କୈଲାସ ଦିଶ୍ରୀ, ମୈତ୍ରୀ ପ୍ରଧାନ ଉପସ୍ଥିତ ଥିବା ବେଳେ ଚାଷୀ ମାନଙ୍କ ଭିତରେ ସର୍ବଶ୍ରୀ ନରେନ୍ଦ୍ର ପ୍ରଧାନ, କଳାକହ୍ମୁ ବରିହା, ଦଇତାରି ପ୍ରଧାନ, ସୁଶାନ୍ତ ପ୍ରଧାନ, ରୁଦ୍ର ମଣି ବଂଜରା, କମଳ ବାଗ, ହରେକୃଷ୍ଣ ମେହେର, ଦୁଷ୍ମନ୍ତ ସାହୁ ଆଦି ଏହି ସମ୍ବର୍ଦ୍ଧନା ସଭାକୁ ପରିଚାଳନା କରିଥିଲେ । ଏଠାରେ ପ୍ରକାଶ ଯୋଗ୍ୟ ଯେ,ଏହି ୩ଟି ଗ୍ରାମ ପଞ୍ଚାୟତର ମିସମେଜ୍ ଦର୍ଶାଇ ଇନ୍ସୁରେନ୍ସ କମ୍ପାନୀ କେନ୍ଦ୍ର ସରକାରଙ୍କ ଠାରେ ଅପିଲ୍ କରିଥିଲେ । ଗତ ନଭେମ୍ବର ୯ ତାରିଖ ଦିନ ଏକ ଚାଷୀ ପ୍ରତିନିଧି ମୈତ୍ରୀ ପ୍ରଧାନ, ବିମଳ ସାହୁ, ବାଜୁବନ ନାୟକ, ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତଙ୍କ ନେତୃତ୍ବରେ ଦିଲ୍ଲୀ ଯାଇ ଦିଲ୍ଲୀ କୃଷି ଭବନରେ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମରଙ୍କୁ ସାକ୍ଷାତ କରି ଚାଷୀ ମାନଙ୍କ ବୀମା ଟଙ୍କା ପାଇବା ପାଇଁ ଆବେଦନ କରିଥିଲେ । କେନ୍ଦ୍ର ମନ୍ତ୍ରୀଙ୍କ ହସ୍ତକ୍ଷେପ ପରେ ଏହି ୩ଟି ଗ୍ରାମ ପଞ୍ଚାୟତର ଚାଷୀମାନେ ସଂପୂର୍ଣ୍ଣ ଭାବେ ପ୍ରଧାନମନ୍ତ୍ରୀ ଫସଲ ବୀମା ଟଙ୍କା ୩୦ କୋଟିରୁ ଉର୍ଦ୍ଧ୍ବ ହେବ ପାଇଥିଲେ । ବୀମା ଟଙ୍କା ପାଇବାରୁ ଚାଷୀଙ୍କ ମହଲରେ ଖୁସିର ଲହରି ସୃଷ୍ଟି ହୋଇଛି ।

jittmm
Leave A Reply

Your email address will not be published.