ଗାଁ ଜଙ୍ଗଲ ନିକଟରୁ ନାବାଳିକାଙ୍କ ମୃତ ଦେହ ଉଦ୍ଧାର

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ଥାନା ଅନ୍ତର୍ଗତ ଯୋଗେନ୍ଦ୍ରନାଥପୁର ଗ୍ରାମ ନିକଟ ଜଙ୍ଗଲରୁ ଜଣେ ନାବାଳିକାଙ୍କର ମୃତ ଦେହ ଉଦ୍ଧାର ହୋଇଛି । ପ୍ରାଥମିକ ତଦନ୍ତରୁ ମିଳିଥିବା ସୂଚନା ଅନୁଯାୟୀ ମୃତ ନାବାଳିକା ସେହି ଗ୍ରାମର ରାଜେନ୍ଦ୍ର ପାଣ୍ଡେଙ୍କ ୮ ବର୍ଷର ଝିଅ କୌଶଲ୍ୟା ପାଣ୍ଡେ ବୋଲି ଜଣା ପଡିଥିବା ବେଳେ, ନାବାଳିକା ଗତ କାଲି ସନ୍ଧ୍ୟାରୁ ନିଖୋଜ ଥିବା ନେଇ ନାବାଳିକାଙ୍କ ବାପା ପାଇକମାଲ ଥାନାରେ ରିପୋର୍ଟ କରିବା ପରେ ପୋଲିସ ଖୋଜାଖୋଜି ଜାରି ରଖିଥିଲା । ଆଜି ସକାଳୁ ନାବାଳିକାଙ୍କର ମୃତ ଦେହ ଗାଁ ନିକଟ ଜଙ୍ଗଲରୁ ମିଳିଥିବା ବେଳେ ପୋଲିସ ରେପ୍‌ ଏବଂ ହତ୍ୟା ସନ୍ଦେହରେ ତଦନ୍ତ ଜାରି ରଖିଥିବା ପାଇକମାଲ ଥାନା ଅଧିକାରୀ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.