oom

ବଲାଙ୍ଗିର ଟାଉନ ପୋଲିସ ହାତରେ ଧରାପଡ଼ିଲେ ୨ ବାଇକ୍‌ ଚୋର

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଟାଉନ ପୋଲିସ ହାତରେ ଧରାପଡ଼ିଛନ୍ତି ୨ ଜଣ ବାଇକ୍‌ ଚୋର । ଏ ସଂପର୍କରେ ସୂଚନା ଦେଇଛନ୍ତି ବଲାଙ୍ଗିର ଟାଉନ ଥାନା ଆଇଆଇସି ବିଶ୍ୱଜିତ ମନବୋଧ । ସୂଚନା ଅନୁସାରେ ଗତ ୯ ତାରିଖ ଦିନ ଅପରାହ୍ନରେ ବଲାଙ୍ଗିର ଲାଲଟିକ୍ରା ନିବାସୀ ସାଫିର ମହମ୍ମଦ ପେଲେସ୍‌ ଲାଇନ୍‌ର ମୀନା ଟେଣ୍ଟ ହାଉସ୍‌ ସାମ୍ନାରୁ ତାଙ୍କ ବାଇକ୍‌ ଚୋରି ହୋଇଯାଇଥିବା ସଂପର୍କରେ ଟାଉନ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତି କରି ଟାଉନ ପୋଲିସ ମାମଲା ରୁଜୁ କରିବା ସହ ତଦନ୍ତ ଆରମ୍ଭ କରିଥିଲା । ଏହି ମାମଲାରେ ବଲାଙ୍ଗିର ସହରର କଂସାରୀପଡ଼ା ନିବାସୀ ସାଲୁ ଓରଫ୍‌ ସମିର ଖାନ୍‌ ଏବଂ ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ବଉଲ୍‌ସିଂହା ଗାଁର ସିପୁନ ଓରଫ୍‌ ଶିଶିର ପ୍ରଧାନଙ୍କୁ ଗିରଫ୍‌ କରିଥିବା ବେଳେ ଅଭିଯୁକ୍ତମାନଙ୍କ ଠାରୁ ଚୋରି ଡିସ୍‌କଭର୍‌ ୧୦୦ ବାଇକ୍‌ ମଧ୍ୟ ଜବତ୍‌ କରିଛି । ତେବେ ଗିରଫ୍‌ ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ସୂଚନାରେ କୁହାଯାଇଛି ।

jittmm
Leave A Reply

Your email address will not be published.