ଜିଲ୍ଲାରେ ଆରମ୍ଭ ହୋଇଛି ପୋଷ୍ଟାଲ୍‌ ବାଲାଟ୍‌ ଭୋଟିଂ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜିଲ୍ଲାରେ ଆରମ୍ଭ ହୋଇଛି ପୋଷ୍ଟାଲ୍‌ ବାଲାଟ୍‌ ଭୋଟିଂ । ନିର୍ବାଚନ ସମୟରେ ଜରୁରୀ ସେବାରେ ନିୟୋଜିତ ବିଭିନ୍ନ ବର୍ଗର କର୍ମଚାରୀ ପୋଷ୍ଟାଲ୍‌ ବାଲାଟ୍‌ରେ ଭୋଟ୍‌ ଦେଉଛନ୍ତି । ଗଣମାଧ୍ୟମ, ଅଗ୍ନିସେବା, ପରିବହନ, ବିଦ୍ୟୁତ୍‌ ସେବାରେ ନିୟୋଜିତ କର୍ମଚାରୀମାନେ ଆସନ୍ତା ୧୭ ତାରିଖ ଯାଏ ରିଟର୍ନିଙ୍ଗ ଅଧିକାରୀଙ୍କ କାର୍ଯ୍ୟାଳୟରେ ପୋଷ୍ଟାଲ୍‌ ବାଲାଟ୍‌ ମାଧ୍ୟମରେ ମତଦାନ କରିପାରିବେ । ଏଥିନିମନ୍ତେ ସମସ୍ତ ରିଟର୍ନିଙ୍ଗ ଅଧିକାରୀଙ୍କ କାର୍ଯ୍ୟାଳୟରେ ବ୍ୟବସ୍ଥା କରାଯାଇଛି । ବଲାଙ୍ଗିରର ସମସ୍ତ ପ୍ରାର୍ଥୀଙ୍କ ପାଇଁ ପୋଷ୍ଟାଲ୍‌ ଭୋଟିଂ ସେଂଟର୍ (ପିଭିସି) ଗୃହରେ ମତଦାନ କରାଯାଉଛି । ଲୋଇସିଂହା, କଣ୍ଟାବାଞ୍ଜି ନିମନ୍ତେ ରିଟର୍ନିଙ୍ଗ ଅଧିକାରୀଙ୍କ ଅଫିସ ଗୃହ ଏବଂ ପାଟଣାଗଡ଼, ବଲାଙ୍ଗିର, ଟିଟିଲାଗଡ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ମତଦାନ ସୁବିଧା ହେଇଛି । ସେହିପରି ଭିନ୍ନକ୍ଷମ ଓ ୮୫ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତିମାନଙ୍କୁ ହୋମ୍‌ ଭୋଟିଂ ମାଧ୍ୟମରେ ଘରେ ଘରେ ମତଦାନ ବ୍ୟବସ୍ଥା କରାଇଛି ପ୍ରଶାସନ । ୮୫ ବର୍ଷରୁ ଅଧିକ ବୟସ୍କ ବର୍ଗରେ ୨୧୬ ଜଣ ଏବଂ ୪୭୨ ଜଣ ଭିନ୍ନକ୍ଷମ ହୋମ୍‌ ଭୋଟିଂ ପାଇଁ ଆବେଦନ କରିଥିଲେ । ବିଭିନ୍ନ ଟିମ୍‌ରେ ଘରକୁ ଘର ଯାଇ ପ୍ରଶାସନ ତରଫରୁ ମତଦାନ ସଂଗ୍ରହ କରାଯାଉଛି ।

Leave A Reply

Your email address will not be published.