ଦୁଃଖିନୀ ବିଧବା ମହିଳା କମଳା ପହରିଆର ଅସରା ଦୁଃଖ : କେହି ଶୁଣୁ ନାହା‌ନ୍ତି ଗୁହାରି

ତୁରେକେଲା, (କୈଳାଶ ସଗ୍ରିଆ) : ହିଆଲ ଗ୍ରା:ପ: ଅନ୍ତର୍ଗତ ଧୁସାମୁଣ୍ଡା ଗ୍ରାମର ବିଧବା କମଳା ପହରିଆ ଦୁଃଖିନୀ ନିଃସହାୟ ବିଧବା ମହିଳା । ଦୀର୍ଘ କୋଡ଼ିଏ ବର୍ଷ ହେବ ସ୍ଵାମୀ ମନୁ ପହରିଆ ଏବଂ ନିଜର ଛୋଟ ଛୁଆ (୬)କୁ ନେଇ ଦାଦନ ଶ୍ରମିକ ହୋଇ ହାଇଦ୍ରାବାଦକୁ ଇଟା ଗଢି ଯାଇଥିଲେ । ସାତ ମାସ ବିତିଯିବା ପରେ ମଧ୍ୟ ସେଠ୍ ତାହାଙ୍କୁ ଛୁଟି ଦେଇ ନଥିଲା । ଶେଷରେ ଛୁଆ ଏଇଠି ରହିବ କହି ଛୁଆଟିକୁ ନ ଛାଡିବାରୁ ସ୍ତ୍ରୀ ପୁରୁଷ ଛୁଆକୁ ଛାଡି ହାଇଦ୍ରାବାଦରୁ ଫେରି ଆସି କୋର୍ଟରେ କେସ ରୁଜୁ କରିଥିଲେ । ଉକ୍ତ କେସକୁ ଆଇନଜୀବୀ ବିଷ୍ଣୁ ଶର୍ମା ପରିଚାଳନା କରିଥିବା କମଳା ପହରିଆ କୁହ‌ନ୍ତି । ଏହା ପରେ ଓଡ଼ିଶା ସରକାର ଉକ୍ତ ଛୋଟ ଶିଶୁକୁ ଉଦ୍ଧାର କରିଥିଲେ । ପରେ ପରେ ‌ସ୍ୱାମୀ‌ଙ୍କୁ ହରାଇଲେ କମଳା । ଏହାପରେ ସଂପୂର୍ଣ୍ଣ ଏକା ହୋଇଗଲେ ସେ । ପିଲାମାନ‌ଙ୍କ ଭରଣ ପୋଷଣର ବୋଝ ଲଦି ହୋଇଗଲା ମୁଣ୍ଡ ଉପରେ । ବର୍ତ୍ତମାନ କମଳା ପହରିଆର ଚାରିଟି ପୁଅ ଝିଅ । ବଡ ପୂଅ କୋଉତୁକ ପହରିଆ(୨୨)ଅଷ୍ଟମ ଶ୍ରେଣୀ ପାଠପଢି ଆର୍ଥିକ ଦୁର୍ବଳତା ଯୋଗୁଁ ପାଠ ପଢ଼ା ଛାଡ଼ି ଦେଇଛି । ଝିଅ ଶଙ୍କରାବତି (ଦଶମ ଶ୍ରେଣୀ ଉତୀର୍ଣ୍ଣ), ଝିଅ ଚନ୍ଦ୍ରକାନ୍ତି (୧୦ମ ଉତୀର୍ଣ୍ଣ), ଝିଅ ପ୍ରେମଲତା ଘରେ ଅଛ‌ନ୍ତି । କିନ୍ତୁ କମଳା ପହରିଆ ଏକ ଛୋଟ ମାଟି କୁଡ଼ିଆରେ ଜୀବନ ଯାପନ କରିଆସୁଛ‌ନ୍ତି ପିଲା‌ଙ୍କୁ ନେଇ । ବାସଗୃହ ନିମନ୍ତେ ଗତ ତା:୧୧-୦୨-୧୯ରିଖରେ ଜି‌ଲ୍ଲାପାଳ‌ଙ୍କୁ ଜଣାଇବା ସହ ପଞ୍ଚାୟତ ସମିତି କାର୍ୟ୍ୟାଳୟ, ତୁରେକେଲାରେ କାଗଜ ଦିଆଯାଇଛି । କି‌ନ୍ତୁ ଏ ପର୍ୟ୍ୟନ୍ତ ତା‌ଙ୍କ ନାମରେ ପ୍ରଧାନମନ୍ତ୍ରୀ ଆବାସ ଗୃହ ମଞ୍ଜୁର ହୋଇନାହିଁ ବୋଲି କମଳା ପହରିଆ କୁହ‌ନ୍ତି । ଉକ୍ତ ବିଷୟ ନେଇ ସରପଞ୍ଚ , ସମିତି ସଭ୍ୟ ଏବଂ ବ୍ଲକ ପ୍ରଶାସନକୁ ଜଣାଇଥିଲେ ମଧ୍ୟ କେହି ମୋ’ର ଗୁହାରି ଶୁଣୁନାହାନ୍ତି ବୋଲି କମଳା ପହରିଆ କ୍ଷୋଭର ସହ କୁହ‌ନ୍ତି। ଗାଁ ଲୋକେ ଦାବୀ କରିଛନ୍ତି, କମଳାକୁ ଘର ଟିଏ ମିଳିବା ପାଇଁ । ବ୍ଲକ ପ୍ରଶାସନ ଦୃଷ୍ଟି ଦିଅ‌ନ୍ତୁ ।

Leave A Reply

Your email address will not be published.