oom

ଭୂପେନ ମହାପାତ୍ରଙ୍କ ଚେନାଏ ଗଳ୍ପ ପୁସ୍ତକ ଉନ୍ମୋଚନ ଓ ଆଲୋଚନା ସଭା

jsmm

ରାଉରକେଲା, (ସସ୍ମିତା ପ୍ରଧାନ) : ସୁନ୍ଦରଗଡ ଲେଖକ ସାମ୍ମୁଖ୍ୟ ଓ ମଧୁସୂଦନ ପାଠାଗାରର ମିଳିତ ଆନୁକୂଲ୍ୟରେ ସାମୁଖ୍ୟର ସଭାପତି ଭୂପେନ ମହାପାତ୍ରଙ୍କ ଚେନାଏ ଗଳ୍ପ ପୁସ୍ତକର ଅନାବରଣ ଉତ୍ସବ, ଶିଶୁ ସାହିତ୍ୟର ବର୍ତ୍ତମାନ ଓ ଭବିଷ୍ୟତ ଉପରେ ଆଲୋଚନାଚକ୍ର, ଗଳ୍ପ ପଠନ ଓ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସାମୁଖ୍ୟ ସଭାପତି ବିଶିଷ୍ଟ କଥାକାର, ସାହିତ୍ୟିକ, ସଂଗଠକ ଭୂପେନ ମହାପାତ୍ର ସଭାପତିତ୍ୱ କରିଥିଲାବେଳେ, ସମ୍ମାନିତ ଅତିଥି ଭାବେ ଶିକ୍ଷାବିତ ଶଙ୍କର ପ୍ରସାଦ ତ୍ରିପାଠୀ, ବରେଣ୍ୟ ବକ୍ତା ଭାବେ ଅବସରପ୍ରାପ୍ତ ଶିକ୍ଷା ନିରୀକ୍ଷିକା ମଞ୍ଜୁଳା କୁମାରୀ ରଥ, ସମ୍ପାଦିକା ରଶ୍ମିବାଳା ରାଉତରାୟ, ମୁଖ୍ୟଅତିଥି ଭାବେ ବରିଷ୍ଠ ଶିଶୁ ସାହିତ୍ୟିକ ତଥା ପ୍ରାକ୍ତନ ସଭାପତି ତ୍ରିଲୋଚନ ମଥାନ, ମୁଖ୍ୟବକ୍ତା ଭାବେ ବରିଷ୍ଠ ଆଇନଜୀବୀ ଗିରିଶ ଚନ୍ଦ୍ର ମହାପାତ୍ର, ଉଦ୍‌ଦ୍ଘାଟିକା ଭାବେ ଡାକ୍ତର ଗୀତାଞ୍ଜଳି ପତ୍ରୀ ପ୍ରମୁଖ ଯୋଗଦେଇ ଥିଲେ । ଅତିଥି ମାନେ ଶିଶୁ ସାହିତ୍ୟ ବର୍ତ୍ତମାନ ଓ ଭବିଷ୍ୟତ ତଥା ସାମାଜିକ ବାସ୍ତବବାଦ ଶୀର୍ଷକ ଉପରେ ଆଲୋଚନା କରିଥିଲେ । ମୁଖ୍ୟବକ୍ତା ଶ୍ରୀ ମହାପାତ୍ର କହିଥିଲେ ଯେ, ଶିଶୁ ସାହିତ୍ୟ ସହଜ ସରଳ ଓ ବୋଧଗମ୍ୟ ହେବାସହ, ଗଳ୍ପ, କବିତା ଧର୍ମୀୟ ଚେତନା, ସାମାଜିକ ବ୍ୟବସ୍ଥା ଉପରେ ପର୍ଯ୍ୟବେଶିତ ହେବା ଆବାଶ୍ୟକ ବୋଲି ମତ ରଖିଥିଲେ । ମୁଖ୍ୟ ଅତିଥି ଶ୍ରୀ ମଥାନ କହିଲେ ଯେ, ଅତୀତ ନଥିଲେ, ବର୍ତ୍ତମାନ ନଥାଏ, ଆଉ ଯେଉଁଠି ଅତୀତ ରହିଛି, ବର୍ତ୍ତମାନ ବି ସଦ୍ୟ ପ୍ରସ୍ପୁଟିତ ହେବ, ବର୍ତ୍ତମାନ ବି ତାର ଉଜ୍ଜଳ ହୋଇ ରହିବ । ଅନେକ ଶିଶୁ ସାହିତ୍ୟର ଉପରେ କବିତା, ଗଳ୍ପ ପୁସ୍ତକ ଉପରେ ଆଲୋଚନା କରିଥିଲେ । ପ୍ରଥମ ପର୍ଯ୍ୟାୟରେ କବି ନିରୁପମା ପତି କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଉପସଭାପତି ଚିତ୍ତରଞ୍ଜନ ବ୍ରହ୍ମା ଧନ୍ୟବାଦ୍‌ ଅର୍ପଣ କରିଥିଲେ । ଦ୍ୱିତୀୟ ପର୍ଯ୍ୟାୟରେ ବିକ୍ରମ ଆଚାର୍ଯ୍ୟ, ସୁପ୍ତି କର ଓ ମହେଶ୍ୱତା ସାହୁ ଗଳ୍ପ ପାଠ କରିଥିବା ବେଳେ କବିତା ପର୍ଯ୍ୟାୟରେ ଶ୍ରୀ ବ୍ରହ୍ମା ସଭାପତିତ୍ୱ ଓ ସୁପ୍ତି କର ତଥା ଗୀତାରାଣୀ ବେହେରା କବିତା ଗୁଡିକୁ ସଂଯୋଜନା କରିଥିଲେ । ସହରର ବହୁ କବି କବିତା ପାଠ କରିଥିଲାବେଳେ ବହୁ ବୁଦ୍ଧିଜୀବୀ ସାହିତ୍ୟିକ ଉପସ୍ଥିତ ଥିଲେ । ଦ୍ଵିତୀୟ ପର୍ଯ୍ୟାୟରେ ମଧୁସୂଦନ ପାଠାଗାରର ସାଧାରଣ ସମ୍ପାଦକବିଜୟ କୁମାର ବରାଳ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.