csstore

ଜିଲ୍ଲାପାଳଙ୍କ ଦ୍ୱାରା ମାଣ୍ଡିଆ ମଣ୍ଡିର ଶୁଭ ଉଦ୍‌ଘାଟନ ଉତ୍ସବ ଅନୁଷ୍ଠିତ

ବରଗଡ଼, (ସତ୍ୟନାରାୟଣ ପଧାନ) : ବିଜେପୁର ବ୍ଲକ ଅନ୍ତର୍ଗତ ସାଇପାଲି ଗ୍ରାମରେ ବରଗଡ଼ ଜ଼ିଲ୍ଲାପାଳ ଜ୍ୟୋତିରଞ୍ଜନ ପ୍ରଧାନଙ୍କ ଦ୍ୱାରା ମାଣ୍ଡିଆ ମଣ୍ଡିର ଶୁଭ ଉଦଘାଟନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ମହାଶକ୍ତି ଫାଉଣ୍ଡେସନ ଦ୍ୱାରା ଅନୁଷ୍ଠିତ କାର୍ୟ୍ୟକ୍ରମରେ ଜ଼ିଲ୍ଲା ମୁଖ୍ୟ କୃଷି ଅଧିକାରୀ ଦୀନବନ୍ଧୁ ଗାନ୍ଧୀ, ବ୍ଲକ କୃଷି ଅଧିକାରୀ ଵିଭୂଦେନ୍ଦୁ ଦେ, ସ୍କିମ ଅଫିସର ସଂଯୁକ୍ତା ମୁଣ୍ଡା, ଟ୍ରାଇବାଲ ଡେଭଲପମେଣ୍ଟ କର୍ପୋରେସନ ଶାଖା ପରିଚାଳକ ରମାକାନ୍ତ ଜେନା, ଗୋଷ୍ଠୀ ଉନ୍ନୟନ ଅଧିକାରୀ ପଦ୍ମନାଭ ସାମନ୍ତରାୟ, ଗ୍ରାମୀଣ କୃଷି ଅଧିକାରୀ ସନ୍ୟାସୀ ସେଠ୍ ଯୋଗଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ରୋଜାଲିନ ଭୂୟାଁ ଉପସଭାପତି ମହାଶକ୍ତି ଫାଉଣ୍ଡେସନ, ଲୋହିତ ମହନ୍ତ ୱାସନ ଓ ରବି ରଣା ବ୍ଲକ କୋଅଡ଼ିନେଟର ମାଣ୍ଡିଆ ଉପରେ ଆଲୋଚନା କରିଥିଲେ । ଜିଲ୍ଲାପାଳ ଶ୍ରୀ ପ୍ରଧାନ ସାମ୍ପ୍ରତିକ ପରିସ୍ଥିତିରେ ବିଜେପୁର ବ୍ଲକର ବିଭିନ୍ନ ଜଳସେଚନ ପ୍ରକଳ୍ପ ଉପରେ ଆଲୋଚନା କରିଥିଲେ । ଆଗାମୀ ୩୦ ଦିନ ମଧ୍ୟରେ ମେଘା ଇଂଜିନିୟରିଙ୍ଗ ଦ୍ୱାରା ପାର୍ବତୀ ଗିରି ମେଗା ଉଠାଜଳସେଚନ ପ୍ରକଳ୍ପ ଶେଷ ହେବ ବୋଲି ଘୋଷଣା କରିଥିଲେ । ବ୍ଲକ କୃଷି ଅଧିକାରୀ ମାଣ୍ଡିଆ ଚାଷ ରେ ଥିବା ପ୍ରୋଟିନ ତଥା ବ୍ଲକରେ ଥିବା ୨୮୩୪ ଟି ବୋରୱେଲ ଦ୍ୱାରା ପ୍ରତି ଏକର ମାଣ୍ଡିଆ ଚାଷ ପାଇଁ କୃଷି ଅଧିକାରୀ ଚାଷୀ ମାନଂକୁ ଅନୁରୋଧ କରିଥିଲେ । ବିଶେଷକରି ମାଣ୍ଡିଆ ଗରିବଙ୍କ ଖାଦ୍ୟ ହୋଇଥିବା ବେଳେ ବର୍ତ୍ତମାନ ଧନୀଙ୍କ ଅଭ୍ୟାସରେ ପରିଣତ ହୋଇଥିବା କୃଷି ଅଧିକାରୀ କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଭୋଳାନାଥ ପଧାନ, ମହାଦେବ ସାହୁ, ଗୌର ରଣା, ବିକ୍ରମ ସାହୁ, ରାଧେ ସାହୁ, ସୁଶାନ୍ତ ଶତପଥି ଓ ସୁବୋଧ ସାହୁ ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.