ବିଜ୍ଞପ୍ତି ପ୍ରକାଶ ଏବଂ ନାମାଙ୍କନ ନିମନ୍ତେ ସମ୍ବନ୍ଧୀୟ ପ୍ରସଙ୍ଗ ଉପରେ ରାଜନୈତିକ ଦଳଗୁଡ଼ିକ ସହିତ ବୈଠକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଗୌରବ ଶିବାଜୀ ଇସଲୱାରଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ଜିଲ୍ଲାପାଳ ସମ୍ମିଳନୀ କକ୍ଷଠାରେ ଆଜି ଅପରାହ୍ନ ୧୧ଟା ସମୟରେ ବିଜ୍ଞପ୍ତି ପ୍ରକାଶ ଏବଂ ନାମାଙ୍କନ ସମ୍ବନ୍ଧୀୟ ପ୍ରସଙ୍ଗ ଉପରେ ଆଲୋଚନା କରିବା ପାଇଁ ରାଜନୈତିକ ଦଳଗୁଡ଼ିକ ସହିତ ଏକ ବୈଠକ ଅନୁଷ୍ଠିତ ହୋଇଛି । ଉକ୍ତ ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଡ଼. ବିଜୟାନନ୍ଦ ସେଠୀ, ଡେପୁଟି କଲେକ୍ଟର(ନିର୍ବାଚନ) ରାଜେନ୍ଦ୍ର ନାୟକ ପ୍ରମୁଖ ଅଧିକାରୀ ଯୋଗ ଦେଇଥିଲେ । ଏହି ବୈଠକରେ ଜିଲ୍ଲାପାଳ ଆସନ୍ତା କାଲିଠାରୁ ହେବାକୁ ଥିବା ନାମାଙ୍କନ ଏବଂ ବିଜ୍ଞପ୍ତି ପ୍ରକାଶ ଉପରେ ଆଲୋଚନା କରିଥିଲେ । ବିଜ୍ଞପ୍ତି ପ୍ରକାଶ ପରେ ନାମାଙ୍କନ ଗ୍ରହଣ କରାଯିବ । ଏହି ସମୟରେ ଛୁଟି ଦିନଗୁଡିକୁ ଛାଡି ସମସ୍ତ ଅଫିସ୍‌ ଦିନ ଗୁଡିକରେ ଆସନ୍ତା ମେ ୩ ତାରିଖ ଯାଏଁ ନାମାଙ୍କନ ଦାଖଲ କରାଯାଇପାରିବ । ପ୍ରାର୍ଥୀ ଦିନ ୧୧ଟାରୁ ଅପରାହ୍ନ ୩ଟା ଯାଏଁ ନିଜ ନାମାଙ୍କନ ପତ୍ର ସମ୍ପୃକ୍ତ ରିଟର୍ନିଙ୍ଗ ଅଧିକାରୀଙ୍କ ପାଖରେ ଦାଖଲ କରିପାରିବେ । ମେ ୪ ତାରିଖ ନାମାଙ୍କନ ଯାଞ୍ଚ ଏବଂ ୬ ତାରିଖ ପାର୍ଥୀପତ୍ର ପ୍ରତ୍ୟାହାର କରିପାରିବେ । ଏହା ପରେ ୨୦ ତାରିଖ ଜିଲ୍ଲାରେ ମତଦାନ ହେବ । ତେବେ ନିର୍ବାଚନ ଆୟୁକ୍ତଙ୍କ ଗାଇଡ୍ ଲାଇନ୍‌କୁ ଶତପ୍ରତିଶତ ମାନିବାକୁ ସମସ୍ତଙ୍କୁ ଜିଲ୍ଲାପାଳ ଅନୁରୋଧ କରିଥିଲେ । ନାମାଙ୍କନ କେନ୍ଦ୍ରର ୧୦୦ ମିଟର ଦୂରତା ଭିତରେ ପ୍ରାର୍ଥୀ ୩ଟି ଗାଡି ସହ ୫ ଜଣଙ୍କୁ ସାଥିରେ ଆଣିପାରିବେ । ସେହିପରି ୩ଟା ପରେ କୌଣସି ନାମାଙ୍କନ ଗ୍ରହଣ କରାଯିବନି । ଉପଯୁକ୍ତ ଡକ୍ୟୁମେଣ୍ଟ, ସ୍ୱତନ୍ତ୍ର ବ୍ୟାଙ୍କ ଖାତା, ନିର୍ଦ୍ଧାରିତ ଜମା ରାଶି ଦାଖଲ କରିବାକୁ କହିଥିଲେ । ନିର୍ବାଚନ ପ୍ରକ୍ରିୟାରେ ସ୍ୱଚ୍ଛତା ଏବଂ ନିରପେକ୍ଷତା ପ୍ରତି ପ୍ରଶାସନର ପ୍ରତିବଦ୍ଧତା ଉପରେ ଜିଲ୍ଲାପାଳ ଗୁରୁତ୍ୱ ଦେଇଥିଲେ । ନିର୍ବାଚନକୁ ସଫଳ କରିବା ପାଇଁ ପ୍ରଶାସନ ଏବଂ ରାଜନୈତିକ ଦଳ ମଧ୍ୟରେ ସହଯୋଗ ଏବଂ ସମସ୍ତ ଅଂଶୀଦାରମାନଙ୍କୁ ନିର୍ବାଚନ ପ୍ରକ୍ରିୟାର ପବିତ୍ରତା ବଜାୟ ରଖିବାକୁ କହିଥିଲେ । ଏହି ବୈଠକରେ ରାଜନୈତିକ ଦଳର ପ୍ରତିନିଧିମାନେ ସକ୍ରିୟ ଅଂଶଗ୍ରହଣ କରିବା ସହ ଅନ୍‌ଲାଇନ୍‌ରେ କିପରି ନାମାଙ୍କନ ସହ ପ୍ରଶାସନର ଅନୁମତି ମାଗିବେ ସେ ବାବଦରେ ଜଣା ଯାଇଥିଲା । ସେମାନେ ଷଗ୍ଧଗ୍ଧକ୍ଟ୍ରଗ୍ଦ:// ଗ୍ଦଙ୍କଙ୍ଖସୟଷବ.ରମସ.ଶକ୍ଟଙ୍ଖ.ସଦ୍ଭରେ ସମସ୍ତ ତଥ୍ୟ ଭରି ଘରେ ନାମାଙ୍କନ କରିପାରିବେ । ଏହି ବୈଠକରେ ବିଭିନ୍ନ ରାଜନୈତିକ ଦଳରୁ ସଦସ୍ୟମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

sixteen + thirteen =

error: Content is protected !!