csstore

ବର୍ଣ୍ଣାଢ଼୍ୟ ଶୋଭାଯାତ୍ରାରେ ଆସି କଂଗ୍ରେସ ନେତା ଭାଗିରଥୀ ବେହେରାଙ୍କ ପ୍ରାର୍ଥୀପତ୍ର ଦାଖଲ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ହଜାର ହଜାର ସମର୍ଥକ ଗହଣରେ କଂଗ୍ରେସ ନେତା ଭାଗିରଥି ବେହେରା ଛତ୍ରପୁର ବିଧାୟକ ପ୍ରାର୍ଥୀ ଭାବେ ବୁଧବାର ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଛତ୍ରପୁର ପୁତିଗୋପାଳପୁର ଠାରୁ ଏକ ବିଶାଳ ଶୋଭାଯାତ୍ରା ପଦଯାତ୍ରା ମାଧ୍ୟମରେ ବର୍ଣ୍ଣାଢ଼୍ୟ ସମାରୋହରେ ବାହାରି ସହର ପରିକ୍ରମା ହୋଇ ଛତ୍ରପୁର ଲୋୱେର ବସ୍‌ଷ୍ଟାଣ୍ଡରେ ପହଞ୍ଚିଥିଲେ । ସେଠି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇ ନିଜର ପ୍ରସ୍ତାବକ ଓ ସମର୍ଥକ, ଓକିଲଙ୍କୁ ନେଇ ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ସୂଚନାଯୋଗ୍ୟ ଯେ’ ଅପର ବସ୍‌ଷ୍ଟାଣ୍ଡ ସ୍ଥିତ ରାଜୀବ ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ନେତା, ପ୍ରାର୍ଥୀ, ଅଗଣିତ କର୍ମୀଗଣ ରାଜୀବ ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ସ୍ୱର୍ଗତ ଆତ୍ମାଙ୍କ ସ୍ମୃତି ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ନାମାଙ୍କନପତ୍ର ଦାଖଲ ସମୟରେ ଏବଂ ଏହି ଶୋଭାଯାତ୍ରା ଗଞ୍ଜାମ ବ୍ଲକ୍‌ ସଭାପତି ଏନ୍. ଗଣେଶ ରେଡ୍ଡୀ, ପୂର୍ବତନ ସରପଞ୍ଚ ଟି. କ୍ରିଷ୍ଣା ରେଡ୍ଡୀ, ପୂର୍ବତନ ସରପଞ୍ଚ ଡି.ରାମ ସ୍ୱାମୀ ରେଡ୍ଡୀ, ପୂର୍ବତନ ସରପଞ୍ଚ ପ୍ରଭାତ ସେଠୀ, ବରିଷ୍ଟ ନେତା ସି.ଏଚ୍‌. ତ୍ରିଲୋଚୋନ ରେଡ୍ଡୀ, ଛତ୍ରପୁର ନଗର ସଭାପତି କାଳିଆ ରାଉଳ, ଗଞ୍ଜାମ ନଗର ସଭାପତି ଭୀମା ରେଡ୍ଡୀ, ଶ୍ରୀମତୀ ନର୍ମଦା ପାତ୍ର, ଶିବ ପ୍ରସାଦ ବେହେରା, ପୂର୍ଣ୍ଣ ଚନ୍ଦ୍ର ରେଡ୍ଡୀ, ଶ୍ରୀନିବାସ ରାଓ, ଜିଲ୍ଲା ମିଡ଼ିଆ ସେଲ୍ ସଂଯୋଜକ ମହେଶ କୁମାର ଗୌଡ଼ ଚକ୍ରପାଣି ପଲେଇ, ସିଲୁ ରାଉଳ, ଭବାନୀ ବେହେରା, ଈଶ୍ୱର ଦଳେଇ, ଧରଣୀ ବାରିକ, ହୃଷିକେଶ ବେହେରା, ମୁନା ଦାସ, କୁନି ନାୟକ ପ୍ରମୁଖ ଯୋଗ ଦେଇଥିଲେ ।

jayashree
Leave A Reply

Your email address will not be published.