ମନରେଗା ଦୁର୍ନୀତି ଓ ଲୋକପାଳଙ୍କ ସର୍‌ଜମିନ୍‌ ତଦନ୍ତ

ବୌଦ୍ଧ, (ଜୟାନନ୍ଦ ମିଶ୍ର) : ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ୍ ଶିମିଲିପଦର୍ ପଂଚାୟତ ଅନ୍ତର୍ଗତ ଲୋକାପଡ଼ା ଗ୍ରାମର ଭେଲୁଆମୁଣ୍ଡା ବନ୍ଧର (ପୋଖରୀର) ଉନ୍ନତିକରଣ କାର୍ଯ୍ୟରେ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି । ଗରିବ ଲୋକଙ୍କୁ କାମଧନ୍ଦା ଯୋଗାଇଦେବା ନିମନ୍ତେ ସରକାର ମନରେଗା ଯୋଜନା କରିଥିବା ବେଳେ ସରକାରଙ୍କ ସମସ୍ତ ନିର୍ଦ୍ଦେଶକୁ ଠେଙ୍ଗା ଦେଖାଇ ସିମିଲିପଦର୍ ପଞ୍ଚାୟତର ଉକ୍ତ ଯୋଜନାରେ କିଛି ସରକାରୀ ବାବୁ ଓ ରାଜନୈତିକ ବ୍ୟକ୍ତିଙ୍କ ମଧୁଚନ୍ଦ୍ରିକା ଯୋଗୁଁ ବେଆଇନ୍ ଭାବେ ମେସିନ୍ ଦ୍ୱାରା ମାଟି ଉଠାଇ ଟଙ୍କା ଆତ୍ମସାତ ଅଭିଯୋଗ ହୋଇଛି । ଉପରୋକ୍ତ କାର୍ଯ୍ୟ ପାଇଁ ମଞ୍ଜୁର କରାଯାଇଥିବା ସମୁଦାୟ ସାତଲକ୍ଷ ଟଙ୍କାରୁ ଚାରି ଲକ୍ଷ ଛୟାଶି ହଜାର ଚାରିଶହ ଛବିଶ ଟଙ୍କା ବର୍ତ୍ତମାନ ସୁଦ୍ଧା ଖର୍ଚ୍ଚ ହୋଇଥିବା ଦର୍ଶାଯାଇ ସମସ୍ତ ଟଙ୍କା ହରିଲୁଟ କରଯାଇଥିବା ଅଭିଯୋଗ କରନ୍ତି ଉକ୍ତ ପଂଚାୟତ ଲୋକେ । ଏହି କର୍ଯ୍ୟରେ ହୋଇଥିବା ଦୁର୍ନୀତିର ବିହୀତ ତଦନ୍ତ ପୂର୍ବକ ଅସାଧୁ ଓ ଦୁର୍ନୀତିଗ୍ରସ୍ତ ସରକାରୀ ବାବୁ ଓ ସଂପୃକ୍ତ ବ୍ୟକ୍ତିଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସକାଶେ ଶିମିଲିପଦର ପଞ୍ଚାୟତର କିଛି ବ୍ୟକ୍ତି ବୌଦ୍ଧ ଲୋକପାଳଙ୍କ ନିକଟରେ ଅଭିଯୋଗ କରିଥିଲେ । ପଂଚାୟତ ବାସୀଙ୍କ ଅଭିଯୋଗ କ୍ରମେ ଲୋକପାଳ ଡ. ଦିଲ୍ଲୀପ କୁମାର ମହାପାତ୍ର ଉକ୍ତ ସ୍ଥାନକୁ ଯାଇ ସର୍‌ଜମିନ୍ ତଦନ୍ତ କରିଥିଲେ । ପ୍ରକାଶ ଥାଉକି ବୌଦ୍ଧ ଜିଲ୍ଲାରେ ସରକାରଙ୍କ ଉନ୍ନତି ମୂଳକ କାର୍ଯ୍ୟ ନାମରେ ବିଭିନ୍ନ ଯୋଜନାରେ କୋଟି କୋଟି ଟଙ୍କାର ଦୁର୍ନୀତି ହୋଇଥିବା ଅଭିଯୋଗ ହେବା ସହିତ ଉକ୍ତ ଦୁର୍ନୀତି ମାନଙ୍କରେ ସଂପୃକ୍ତ ଦୁର୍ନୀତିଗ୍ରସ୍ତ ବ୍ୟକ୍ତିଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସର୍ବସାଧାରଣରେ ଦାବୀ ହେଉଛି ।

Leave A Reply

Your email address will not be published.

fourteen − 9 =