pakka

ମା’ ତାରାତାରିଣୀଙ୍କ ଶେଷପାଳି ଯାତ୍ରାରେ ବି ସଜାଗ ଥିଲେ ଛତ୍ରପୁର ସ୍ୱେଚ୍ଛାସେବୀ

bbehera

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଚୈତ୍ରମାସର ଶେଷପାଳିରେ ମଧ୍ୟ ପୂର୍ବ ପରି ଗଞ୍ଜାମର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ମନ୍ଦିର ତଥା ପୀଠକୁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଛି । ବୃଦ୍ଧ, ଅସହାୟ ଶ୍ରଦ୍ଧାଳୁ, ତଥା ବିଭିନ୍ନ ସ୍ଥାନରୁ ଶ୍ରଦ୍ଧାଳୁମାନଙ୍କର ସୁଅ ଛୁଟିଥିଲା । କିନ୍ତୁ ଛତ୍ରପୁର ଏସଡ଼ିଜେଏମ୍ କୋର୍ଟର କ୍ୟାଡ଼ର ଏପିପି ରାଜେଶ କୁମାର ମିଶ୍ରଙ୍କ ନେତୃତ୍ୱରେ ପୂର୍ବରୁ ପ୍ରସ୍ତୁତ ଥିବା ସ୍ୱେଚ୍ଛାସେବୀମାନେ ଏହାକୁ ସୁଚାରୁ ରୂପେ ନିୟନ୍ତ୍ରଣ କରି ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ । ସୂଚନାଯୋଗ୍ୟ, ବିଗତ ୪ଟି ପାଳି ଧରି ଛତ୍ରପୁରର ଏହି ସ୍ୱେଚ୍ଛାସେବୀମାନେ ବିଭିନ୍ନ ସମୟରେ ବିଭିନ୍ନ ଉଲ୍ଲେଖନୀୟ କାର୍ଯ୍ୟ ଯଥା ଲୋକଙ୍କୁ ଧାଡିରେ ଛିଡା କରାଇ ଶୃଙ୍ଖଳିତ ଦର୍ଶନ କରାଇବା, ଅସହାୟ ଓ ଦିବ୍ୟାଙ୍ଗମାନଙ୍କୁ ମା’ଙ୍କ ଦର୍ଶନ କରାଇବା ତଥା ପୋଲିସ ବିଭାଗକୁ ଯଥାସମ୍ଭବ ସାହାଯ୍ୟ କରିବା ଭଳି ଦୃଷ୍ଟାନ୍ତମୂଳକ କାର୍ଯ୍ୟ କରି ସମସ୍ତଙ୍କର ପ୍ରିୟପାତ୍ର ହେଉଛନ୍ତି । ଆଜି ବି ସେହିଭଳି ଗୋଟେ ଉଦାହରଣ ଦେଖିବାକୁ ମିଳିଥିଲା ଯେ, ଜଣେ ସ୍ୱେଚ୍ଛାସେବୀ ସନ୍ତୋଷ ରେଡ୍ଡୀ ଯିଏ ଦୁର୍ଘଟଣାରେ ନିଜର ଗୋଟେ ହାତ ହରାଇଛନ୍ତି ସିଏ ବି ମା’ଙ୍କ ମନ୍ଦିରରେ ସମସ୍ତ ବୁଢ଼ାବୁଢ଼ୀ ଲୋକ କିପରି ସୁଚାରୁ ରୂପେ ଦର୍ଶନ କରି ସିଡ଼ି ବାଟେ ଆରମରେ ଓହ୍ଲେଇବେ ସେ ନେଇ ଯଥା ସମ୍ଭବ ସାହାଯ୍ୟ କରିଥିଲେ । ସେହିପରି ଦୀପକ ବେହେରା, ଯୋଗେଶ ସେଠି ଓ ବି. ଗୋପୀନାଥ ଅସହାୟ ତଥା ପାରାଲିସିସ ଆକ୍ରାନ୍ତ ବ୍ୟକ୍ତିଙ୍କୁ ନେଇ ସୁଚାରୁରୂପେ ମା’ଙ୍କ ଦର୍ଶନ କରାଉଥିଲେ । ଆଜିର ଏହି ସେବା କାର୍ଯ୍ୟରେ ଅନ୍ୟମାନଙ୍କ ମଧ୍ୟରେ ଏସ୍‌. ରବି, ବବୁଲ ନାୟକ, କାମରାଜୁ ରେଡ୍ଡୀ, ରତିକାନ୍ତ ପ୍ରଧାନ, ବି. ସତେୟା, ଘନଶ୍ୟାମ ରେଡ୍ଡୀ, ଶ୍ରୀକାନ୍ତ କୁମାର, ଟୁଟୁ ନାୟକ, ଦିନେଶ ମହାନ୍ତି, ମନୋରଞ୍ଜନ ବେହେରା ଓ ମାଧବ ସାସମଲ ପ୍ରମୁଖ ଉପସ୍ଥିତ ରହି ସମସ୍ତ କାର୍ଯ୍ୟକୁ ତଦାରଖ କରି ସୁଚାରୁ ରୂପେ ପରିଚାଳନା କରିଥିଲେ ।

jay balangir
Leave A Reply

Your email address will not be published.

4 × 1 =

error: Content is protected !!