oom

ଏଲ୍‌ବିସିସି ଫ୍ଲଡ୍ ଲାଇଟ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ

jsmm

ଖପ୍ରାଖୋଲ, (ପୁସ୍ତମ୍ ଯୁଆଡି) : ବେନ୍ଦେରଠାରେ ଏଲ୍‌ବିସିସି ଫ୍ଲଡ୍ ଲାଇଟ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ ହୋଇଯାଇଛି । ଫାଇନାଲ୍‌ ମ୍ୟାଚ୍‌ରେ ବଡଗୁର୍ଜିଭଟା ଦଳ ବନମାଲ୍ ଦଳକୁ ହରାଇ ଚାମ୍ପିୟନ ହୋଇଛି । ବଡଗୁର୍ଜିଭଟା ଟସ୍ ଜିଣି ପ୍ରଥମେ ଫିଲ୍ଡିଂ କରିବାର ନିଷ୍ପତି ନେଇଥିଲେ । ବନମାଳ ଦଳ ପ୍ରଥମେ ବ୍ୟାଟିଂ କରି ନିର୍ଧାରିତ ୬ ଓଭ୍‌ରରେ ୪ ୱିକେଟ୍‌ ହରାଇ ୮୫ ରନ୍ କରିବାକୁ ସକ୍ଷମ ହୋଇଥିଲେ । ଜବାବରେ ବଡଗୁର୍ଜିଭଟା ଦଳ ଏହି ମ୍ୟାଚ୍‌କୁ ୮ ୱିକେଟ୍‌ରେ ଜିଣି ନେଇଥିଲେ । ମୁଖ୍ୟ ଅତିଥି ଭାବେ ତେଜରାଜ୍ ମାଝି, ସରପଞ୍ଚ ନୋମିନୀ ବିଜୟୀ ଦଳକୁ ଟ୍ରଫି ଓ ପୁରସ୍କାର ରାଶି ପ୍ରଦାନ କରିଥିଲେ । ସୁଶାନ୍ତ ପଧାନ ଓ ଲିଙ୍ଗ ଭୋଇ ଅମ୍ପାୟାର ଦାୟିତ୍ୱ ତୁଲାଇଥିଲେ । ସୁଜ୍ଞାନୀ ପଧାନ, ଅରୁଣ ଶବର, ଅକ୍ଷୟ ପଧାନ, ସ୍ୱାଗତ ସାହୁ, ଭିକ ଭୋଇ, ଶୋଭାକର ପ୍ରଧାନ, ଗୁଣ ବାରିକ, ଡିକେସୁନ ମାଝୀ, ଅଶ୍ୱିନୀ ସାହୁ, କାହ୍ନା ବାରିକ, ଜୟ ନାଗ, ଥବିର ନାଗ, ମହନ ସାହୁ, ବାବୁଲାଲ ଶବର, ଅରୁଣ ପଧାନ, ପିଙ୍କୁ ପଧାନ, କାହ୍ନା ନାଗ, ସୁମନ୍ତ ପଧାନ ପ୍ରମୁଖ ଏହି ଟୁର୍ଣ୍ଣାମେଣ୍ଟରେ ସାହଯ୍ୟ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.