oom

ବିଜେପି ଏବଂ ବିଜେଡି ଦଳ ଛାଡି ୪୭ ଜଣ ଯୋଗଦେଲେ କଂଗ୍ରେସ ପାର୍ଟିରେ

jsmm

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ଆଗକୁ ଆସୁଛି ସାଧାରଣ ନିର୍ବାଚନ ଯେଉଁଥିପାଇଁ ଏବେଠାରୁ ଦେଖିବାକୁ ମିଳିଲାଣି ନିର୍ବାଚନୀ ଉଷ୍ମତା । ତେବେ ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ତାର ଘର ସଜାଡ଼ିବା ସହ ଅଣ୍ଟା ସଳଖି ଛିଡା ହେବାପାଇଁ ଜୋରଦାର ପ୍ରୟାସ ଚଳାଇଛି । କଂଗ୍ରେସ ବିଧାୟକ ପ୍ରାର୍ଥୀ ଅନିଲ ମେହେରଙ୍କ ସହ ଅଞ୍ଚଳର କଂଗ୍ରେସ ନେତାମାନେ ଏକତ୍ରିତ ହୋଇ ଦଳ କିପରି ଅଞ୍ଚଳରେ ମଜବୁତ ହେବ ସେ ଦିଗରେ କାମ ଜାରି ରଖିଛି । ଏହି ପରିପ୍ରେକ୍ଷୀରେ ପ୍ରତିଦିନ ମିଶ୍ରଣପର୍ବ କରି ସଂଗଠନ ସଜାଡୁ ଥିବା ଦେଖିବାକୁ ମିଳିଛି । ଏହି ଅବସରରେ ଖପ୍ରାଖୋଲ ବ୍ଲକ କଂଗ୍ରେସ ସଭାପତି ଗୋବିନ୍ଦ କଲେତଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ପାଟଣାଗଡ଼ ନିର୍ବାଚନ ମଣ୍ଡଳୀର କଂଗ୍ରେସ ବିଧାୟକ ପ୍ରାର୍ଥୀ ଅନିଲ ମେହେର ଯୋଗଦେଇ ଥିବା ବେଳେ ଏକ ମିଶ୍ରଣ ପର୍ବ ସଭା ଅନୁଷ୍ଠିତ ହୋଇଥିଲା । ଖପ୍ରାଖୋଲ କଂଗ୍ରେସ ଭବନଠାରେ ପାଖାପାଖି ୫୦ଜଣ ସକ୍ରିୟ କର୍ମୀ ବିଜେପି ଓ ବିଜେଡି ଦଳ ଛାଡି ବିଧିବଦ୍ଧ ଭାବେ କଂଗ୍ରେସ ଦଳରେ ଯୋଗ ଦେଇଛନ୍ତି । ଅନିଲ ମେହେର ସମସ୍ତ ନୂତନ କର୍ମୀମାନଙ୍କୁ ଦଳକୁ ସ୍ୱାଗତ କରିଥିଲେ । ତେବେ ଗତ କିଛି ଦିନ ହେବ ନିର୍ବାଚନ ମଣ୍ଡଳୀର ବିଭିନ୍ନ ପଞ୍ଚାୟତରେ କଂଗ୍ରେସ ଏଭଳି ମିଶ୍ରଣ ପର୍ବ ଜାରି ରଖିଥିବାରୁ ଉଭୟ ବିଜେଡି ଏବଂ ବିଜେପି ପାଇଁ ଚିନ୍ତାର କାରଣ ପାଲଟିଛି । ତେବେ ଲୋକମାନେ ଏବେ କଂଗ୍ରେସ ମୁହାଁ ହୋଇଥିବାରୁ ଆଗାମୀ ଦିନରେ ପାଟଣାଗଡ଼ ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ଏକ ନମ୍ବର ହେବ ବୋଲି କଂଗ୍ରେସ ନେତାମାନେ ଦୃଢୋକ୍ତି ପ୍ରକାଶ କରିଛନ୍ତି । ଏହି ଅବସରରେ ଯୁବ କଂଗ୍ରେସ ସଭାପତି ଚନ୍ଦନ ସାହୁ, ପାଟଣାଗଡ ବ୍ଲକ କଂଗ୍ରେସ ସଭାପତି ପତିତପାବନ ପଧାନ, ଆଦିନାରାୟଣ ପାତ୍ର, ସୁଶୀଲ ମାଝୀ, ପିଙ୍କୁ ସାହୁ, ପ୍ରଦୀପ ସାହୁ, ରଞ୍ଜିତ ପଧାନ, ଲିଙ୍ଗରାଜ ବରିହା, ପିଙ୍କେଶ୍ ମେହେର, ହିରଣ୍ୟ ମାଝୀ, ବିନୋଦ ଧରୁଆଙ୍କ ସହ ବହୁ ଦଳୀୟ କର୍ମୀ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.