ବଲାଙ୍ଗିର ରାମଲିଳା ୧୯ରୁ ଅନୁଷ୍ଠିତ ହେବ : ୧୫୦ ବର୍ଷର କାଠମୁଖା ଓ ଛଉ ନୃତ୍ୟ ଝଲସିବ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପଞ୍ଚମ ମାଉସୀ ମା ମନ୍ଦିର ରାମଜୀ ନାଟକ ସଂସଦ ସର୍ବ ପୁରାତନ ରାମଲିଳା ପ୍ରତି ବର୍ଷ ଭଳି ଏ ବର୍ଷ ମଧ୍ୟ ରାମଲିଳା ପାଇଁ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ମଂଚ ଉପରେ ଉପସ୍ଥିତ ଥିଲେ ବାଲମୁକୁନ୍ଦ ବେହେରା, ସଭାପତି ବାସୁଦେବ ବେହେରା, ସାଧାରଣ ସଂପାଦକ ରାମଚନ୍ଦ୍ର ନାଏକ, କୋଷାଧ୍ୟକ୍ଷ ପ୍ରହଲ୍ଲାଦ ଦର୍ଜୀ, ଉପସଭାପତି ଚତୁର୍ଭୁଜ ରାଉତ, କାର୍ଯ୍ୟକାରି ସଭାପତି ଶୁଶାନ୍ତ ଚୋପଦାର, ସହସଂପାଦକ ରବି ନାରାୟଣ ନାଏକ, ସହକୋଷାଧ୍ୟକ୍ଷ ଘୁଣ୍ଡୁ ଗୋପାଳ ମିଶ୍ର, ଡା. ରୁଦ୍ର ନାରାୟଣ ପଟେଲ ଉପସ୍ଥିତ ଥିବା ବେଳେ ବିଭିନ୍ନ ରାମଲିଳାକୁ ନେଇ ଜଗନ୍ନାଥ ପଡାରେ କିଭଳି ସୁରୁଖୁରୁରେ ଆଲୋଚନା ହୋଇଥିବା ବେଳେ ୧୭ ତାରିଖ ସନ୍ଧ୍ୟା ୬ଟା ସମୟରେ ଶୋଭାଯାତ୍ରା ଆରମ୍ଭ ହେବ । ସର୍ବ ପ୍ରଥମେ ରାମଜୀ ମନ୍ଦିରରୁ ରାମଜୀ ମନ୍ଦିରରୁ ପୂଜାରମ୍ଭ ହୋଇ ସହର ପରିକ୍ରମା କରାଯିବ । ୧୯ ତାରିଖ ଦିନଠାରୁ ଜଗନ୍ନାଥ ପ୍ରାଙ୍ଗଣରେ ଦିର୍ଘ ୨୧ ଦିନ ପର୍ଯ୍ୟନ୍ତ ରାମଲିଳା ଅନୁଷ୍ଠିତ ହେବ । ବିଭିନ୍ନ ନୂତନ କଳାକାର ଓ ସ୍ଥାନୀୟ କଳାକାରଙ୍କୁ ନେଇ ଏ ବର୍ଷ ପୁଣି ରାମଲିଳା ନାଟକ ଅନୁଷ୍ଠିତ ହେବ । ସ୍ୱତନ୍ତ୍ର ୧୫୦ ବର୍ଷର କାଠମୁଖା ଓ ଛଉ ନୃତ୍ୟ ତାଳେ ତାଳେ ଏ ବର୍ଷ ବେଶ ଦୁଲୁକିବ ରାମଲିଳା । ଡା. ରୁଦ୍ରନାରାୟଣ ପଟେଲ ଏ ବର୍ଷ ପୁଣି ରାବଣ ଭୂମିକାରେ ଅଭିନୟ କରିବେ ଓ ଧନ୍ୟବାଦ୍‌ ଅର୍ପଣ କରିଥିଲେ ଚିଦାନନ୍ଦ ବେହେରା ଓ ସମସ୍ତ ରାମଜୀ ନାଟକ ସଂସ୍ଥାର କର୍ମକର୍ତ୍ତା ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.