oom

ଭାଗିରଥି ବେହେରାଙ୍କ ନେତୃତ୍ତ୍ଵରେ ଛତ୍ରପୁର କଂଗ୍ରେସ କମିଟି ପକ୍ଷରୁ ନିର୍ବାଚନୀ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

jsmm

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର କଂଗ୍ରେସ କମିଟି ପକ୍ଷରୁ ନିର୍ବାଚନୀ ପ୍ରସ୍ତୁତି ବୈଠକ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ଛତ୍ରପୁର ବିଧାନ ସଭା ଆସନ ପାଇଁ କଂଗ୍ରେସ ଆଶାୟୀ ପ୍ରାର୍ଥୀ ଭାଗିରଥି ବେହେରାଙ୍କ ନେତୃତ୍ୱରେ ନିର୍ବାଚନୀ ସଂପର୍କିତ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଆଗାମୀ ନିର୍ବାଚନରେ କଂଗ୍ରେସ ପାର୍ଟି କିପରି ବିଜୟୀ ଲାଭ କରିବେ ସେ ଦିଗରେ ଆଲୋଚନା ହୋଇଥିଲା । ଉକ୍ତ ବୈଠକରେ ଛତ୍ରପୁର ବ୍ଲକ ସଭାପତି ଗଣପତି ବାରିକ, ଗଞ୍ଜାମ ବ୍ଲକ ସଭାପତି ଏନ୍. ଗଣେଶ ରେଡ୍ଡୀ, ଛତ୍ରପୁର ନଗର ସଭାପତି କାଳିଆ ରାଉଳ, ଗଞ୍ଜାମ ନଗର ସଭାପତି ଏସ୍. ଭୀମା ରେଡ୍ଡୀ, ରମ୍ଭା ନଗର ସଭାପତି ଅମିୟ କାନ୍ତ ପାତ୍ର, ପୂର୍ବତନ ଚିକଲଖଣ୍ଡି ସରପଞ୍ଚ ଡି. ରାମ ସ୍ୱାମୀ ରେଡ୍ଡୀ, ପୂର୍ବତନ କଣମଣା ସରପଞ୍ଚ ଟି. କ୍ରିଷ୍ଣା ରେଡ୍ଡୀ, ପୂର୍ବତନ ମଲାଡ ସରପଞ୍ଚ ପ୍ରଭାତ ସେଠୀ, ଜିଲ୍ଲା କଂଗ୍ରେସ ସଧାରଣ ସମ୍ପାଦକ ଅଶୋକ ପଟ୍ଟନାୟକ, ଆଇନଜିବୀ ବାବୁ ନାହାକ, ବ୍ରହ୍ମପୁର ଲୋକସଭା ଯୁବ କଂଗ୍ରେସ ମିଡ଼ିଆ ସଂଯୋଜକ ମହେଶ କୁମାର ଗୌଡ଼, ଛାତ୍ର କଂଗ୍ରେସ ସଭାପତି ଚକ୍ରପାଣି ପଲେଇ, ପି.ସି.ସି. ସଭ୍ୟ ଭବାନୀ ବେହେରା, କୃଷକ ନେତା ଈଶ୍ୱର ଦଳେଇ, ଯୁବ ନେତା ଜି. ଶ୍ରୀନିବାସ ରାଓ, ଅସିତ୍ କାନ୍ତ ପାତ୍ର, ମୁନା ଦାସ ପ୍ରମୁଖ ଯୋଗ ଦେଇଥିଲେ ।

jittmm
Leave A Reply

Your email address will not be published.