lika

ଗୁରୁତ୍ତର ଆହତ ମୁନା ବେହେରାଙ୍କୁ ଭେଟିଲେ କଂଗ୍ରେସ ନେତା ଭାଗିରଥୀ ବେହେରା

gbag

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ପ୍ରାଥମିକ ଚିକିତ୍ସା ହୋଇ ବ୍ରହ୍ମପୁର ବଡମେଡିକାଲ୍‌କୁ ସ୍ଥାନାନ୍ତାର ହୋଇ ଗୁରୁତ୍ତର ଅବସ୍ଥାରେ ଚିକିତ୍ସାଧୀନ ଅବସ୍ଥାରେ ଥିବା ଟିବି – ଚାମ୍ପିୟନ୍ ମୁନା ବେହେରାଙ୍କୁ ସମାଜସେବୀ ତଥା କଂଗ୍ରେସ୍ ନେତା ଭାଗିରଥୀ ବେହେରା ଭେଟି ଗୁରୁତ୍ତର ଆହତଙ୍କୁ ଆଶ୍ଵସନା ଦେଇଛନ୍ତି । ଏଠାରେ ସୂଚନାଯୋଗ୍ୟ ଯେ’ ସ୍ୱେଚ୍ଛାସେବୀ ଟିବି – ଚାମ୍ପିୟନ୍ ମୁନା ବେହେରା ସ୍ଵାସ୍ଥ୍ୟ ବିଭାଗ କାର୍ଯ୍ୟରେ ବାହାରି ଟାକିରିୟା – ବ୍ରହ୍ମପୁର ନିକଟରେ ବୁଧବାର ପ୍ରତ୍ୟୁଷରେ ବାଇକ୍ ଜନିତ ଏକ ସଡ଼କ ଦୁର୍ଘଟଣାରେ ଆହତ ହୋଇଥିଲେ । ଗୁତୁତ୍ତର ହୋଇ ଏବେ ବ୍ରହ୍ମପୁର ବଡ଼ମେଡିକାଲ୍‌ରେ ଚିକିତ୍ସାଧୀନରେ ଅଛନ୍ତି । ଗୁରୁତ୍ତର ଆହତଙ୍କୁ କଂଗ୍ରେସ୍ ନେତା ଭାଗିରଥୀ ବେହେରା ଗୁରୁବାର ଭେଟି ଥିଲେ ଏବଂ ତାଙ୍କ ପରିବାରର ଲୋକଙ୍କ ସହ କଥାବାର୍ତ୍ତା କରିବା ସାଂଗକୁ ଡାକ୍ତରୀ ବିଶେଷଜ୍ଞ ସହ ପରାମର୍ଶ କରିଥିଲେ ଏବଂ ଗୁରୁତ୍ତର ଆହତ ମୁନା ବେହେରାଙ୍କୁ ସହାୟତା କରି ଆସିଥିବା ଜଣାଯାଇଛି । କଂଗ୍ରେସ୍ ନେତା ଭାଗିରଥୀ ବେହେରାଙ୍କ ଏଭଳି ସାହାଯ୍ୟ ଓ ଦରଦୀପ୍ରାଣ ଚିନ୍ତାଧାରାକୁ ନେଇ ସଧାରଣ ମହଲରେ ସେ ପ୍ରସଂଶନୀୟ ହୋଇଛନ୍ତି ।

babaa
Leave A Reply

Your email address will not be published.