ଗଞ୍ଜାମ ଜିଲ୍ଲାସ୍ତରୀୟ ୮୯ତମ ପୋଲିସ ପ୍ରତିଷ୍ଠା ଦିବସ ପାଳିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାସ୍ତରୀୟ ୮୯ତମ ପୋଲିସ ପ୍ରତିଷ୍ଠା ଦିବସ ଛତ୍ରପୁର ରିଜର୍ଭ ପୋଲିସ ପଡ଼ିଆଠାରେ ସୋମବାର ପାଳିତ ହୋଇଯାଇଛି । ଏଥିରେ ଗଞ୍ଜାମ ଏସ୍‌ପି ଜଗମୋହନ ମୀନା ଯୋଗଦେଇ ଆଇନଶୃଙ୍ଖଳା ରକ୍ଷା କରିବା ସହ ଅପରାଧ ନିୟନ୍ତ୍ରଣ କ୍ଷେତ୍ରରେ ପୋଲିସ ଲୋକଙ୍କ ସେବା କରିଆସୁଛି ବୋଲି କହିଥିଲେ । ଲୋକଙ୍କୁ ଉତ୍ତମ ସେବା ଯୋଗାଇବା ହେଉଛି ଆମ୍ଭର ପ୍ରଥମ ଧର୍ମ ବୋଲି ଗଞ୍ଜାମ ଏସ୍‌ପି ଶ୍ରୀ ମୀନା କହିଥିଲେ । ଓଡ଼ିଶାର ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ପ୍ରେରିତ ବାର୍ତ୍ତାକୁ ଏସ୍‌ପି ମହୋଦୟ ପାଠ କରିଥିଲେ । ଏହି ଅବସରରେ ରିଜର୍ଭ ଇନ୍ସପେକ୍ଟର ଅମୂଲ୍ୟ କୁମାର ନାୟକଙ୍କ ତତ୍ତ୍ୱାବଧାନରେ ପରେଡ୍‌ ପରିଚାଳନା କରାଯାଇଥିଲା । କର୍ତ୍ତବ୍ୟନିଷ୍ଠା ଓ ସାହସିକତା କ୍ଷେତ୍ରରେ ଉଲେଖନୀୟ କାର୍ଯ୍ୟ କରିଥିବା ଗଞ୍ଜାମ ପୋଲିସ ଜିଲ୍ଲାର ୪ ଜଣ ପୋଲିସ୍ ସେନାଙ୍କୁ ଏସ୍‌ପି ପୁରସ୍କୃତ କରିଥିଲେ । ସେଥି ମଧ୍ୟରେ କୋଟିନାଡ଼ା ଥାନା ସବ୍‌ଇନ୍ସପେକ୍ଟର ସତ୍ୟବ୍ରତ ସାହୁ, ରମ୍ଭା ଥାନା ହାବିଲଦାର ରାମଚନ୍ଦ୍ର ମୁଦୁଲି, ଜିଲ୍ଲା ମୁଖ୍ୟ କାର୍ଯ୍ୟାଳୟ କାହ୍ନୁଚରଣ ପଣ୍ଡା ଶ୍ରେଷ୍ଠ କନଷ୍ଟେବଳ ଓ ଶ୍ରେଷ୍ଠ ଏପିଆର୍‌ କନଷ୍ଟେବଳ ଶିଶିର କୁମାର ପ୍ରଧାନଙ୍କୁ ଏସ୍‌ପି ସମ୍ମାନିତ କରିବା ସହ ପୁରସ୍କୃତ କରିଥିଲେ ।

Leave A Reply

Your email address will not be published.