କଣ୍ଟାବାଞ୍ଜି, (ଗୁରୁ ଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ଓକିଲ ସଂଘର ନିର୍ବାଚନ ଶନିବାର ଦିନ ସଂଘ ସଭାଗୃହରେ ଅନୁଷ୍ଠିତ ହୋଇଛି । ସଂଘର ବିଭିନ୍ନ ପଦ ପଦବୀ ପାଇଁ ନିର୍ବାଚନ ହେବାକୁ ଥିବା ବେଳେ ଉପସଭାପତି ଶୈଲେନ୍ଦ୍ର ନାରାୟଣ ବେହେରା ଏବଂ ସହ ସମ୍ପାଦକ ନବୀନ କୁମାର ଦିପ ପୂର୍ବରୁ ନିଦ୍ୱର୍ନ୍ଦରେ ମନୋନିତ ହୋଇଥିଲେ । କେବଳ ସଭାପତି ଏବଂ ସାଧାରଣ ସମ୍ପାଦକ ପଦବୀ ପାଇଁ ନିର୍ବାଚନୀ ହୋଇଥିଲା । ସଭାପତି ପାଇଁ ପ୍ରଫୁଲ୍ଲ କୁମାର ନାୟକ ଓ ଦୁଃଖିଶ୍ୟାମ ଗୁରୁ ଏବଂ ସମ୍ପାଦକ ପଦବୀ ପାଇଁ ଏସ୍ ଜଗନ୍ନାଥ ରାଓ ଓ ବେଣୁଧର ଜାଲ୍ଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦିତାରେ ସଭାପତି ଭାବେ ପ୍ରଫୁଲ୍ଲ କୁମାର ନାୟକ ଓ ସମ୍ପାଦକ ଭାବେ ଏସ୍ ଜଗନ୍ନାଥ ରାଓ ନିର୍ବାଚିତ ହୋଇଥିଲେ । ସଂଘର କାର୍ଯ୍ୟକାରୀ ସଭ୍ୟଭାବେ କାନନ କିଶୋର ପଣ୍ଡା, ସମିମ ଖାନ, ଭକ୍ତଚରଣ ବାଗ, ବ୍ରଜଶ୍ୟାମ ଗୁରୁ, ମନୋଜ କୁମାର ଦାଶ, ଦେବାଶିଷ ମିଶ୍ର, ଦାମୋଦର ସାହୁ, ପର୍ଶୁରାମ ସଗରିଆ, ସହଦେବ ନାଗ, ହିତେନ୍ଦ୍ର ଶର୍ମା, ଅରୁଣ ବାଗ ନିର୍ବାଚିତ ହୋଇଥିଲେ । ସଂଘର ମୋଟ ୮୬ଜଣ ସଭ୍ୟା / ସଭ୍ୟମାନଙ୍କ ମଧ୍ୟରେ ୮୩ଜଣ ସଭ୍ୟା / ସଭ୍ୟ ଏହି ନିର୍ବାଚନୀରେ ଅଂଶ ଗ୍ରହଣ କରିଥିଲେ । ନିର୍ବାଚନୀଟିକୁ ବରିଷ୍ଠ ଆଇନଜୀବି କାନନ କିଶୋର ପଣ୍ଡା ଓ ଜଗନ୍ନାଥ ନାୟକ ପରିଚାଳନା କରିଥିଲେ ।