pakka

ବେଲଗାଁ ନିୟୁ ଢ଼ାବାରେ ପୋଲିସ ବିପୁଳ ପରିମାଣ ମଦ ଜବତ : ଢ଼ାବା ମାଲିକ ଗିରଫ

bbehera

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ଥାନା ବେଲଗାଁ ନିୟୁ ଢ଼ାବା ଉପରେ ଗତ ମଙ୍ଗଳବାର ଅପରାହ୍ନ ସମୟରେ ସଇଁତଲା ପୋଲିସ ଟିମ୍‌ ଚଢ଼ାଉ କରି ବିପୁଳ ପରିମାଣର ବିଦେଶୀ ମଦ ଜବତ କରି ଢ଼ାବା ମାଲିକଙ୍କୁ ଗିରଫ କରି ସଇଁତଲା କୋର୍ଟକୁ ଚାଲାଣ କରିଛି । ଏଥିରେ ଜାମିନ ନାମଞ୍ଜୁର ହେବାରୁ ଟିଟିଲାଗଡ଼ ଜେଲ ହାଜତକୁ ପଠାଇ ଦିଆଯାଇଛି । ଏନେଇ ଥାନା କେସ ନଂ ୧୩୦/୨୪ ଅନୁସାରେ ଦଫା ୫୨ (ଇ) ଓଡିଶା ଅବକାରୀ ଆଇନରେ ଏକ ମାମଲା ରୁଜୁ କରିଛନ୍ତି । ଗିରଫ ଅଭିଯୁକ୍ତ ନିର୍ମଳ ଜୈନ ଢ଼ାବା ମାଲିକ ଘର ବେଲଗାଁ ବୋଲି ଜଣାପଡିଛି । ପ୍ରକାଶ ଯେ, ଗତ ୨୬ ତାରିଖ ଦିନ ଅପରାହ୍ନ ସମୟରେ ସଇଁତଲା ଆଇଆଇସି ସୁଶାନ୍ତ ପ୍ରଧାନଙ୍କ ତତ୍ତ୍ୱାବଧାନରେ ବେଲଗାଁ ଫାଣ୍ଡି ଅଧିକାରୀ ଜୀବର୍ଦ୍ଧନ ମେହେର, ବଡ଼ମାଳ ଫାଣ୍ଡି ଅଧିକାରୀ ହରେକୃଷ୍ଣ ମାଝୀଙ୍କ ସହ ଟିମ୍‌ ପହଂଚି ବେଲଗାଁ ନିୟୁ ଢ଼ାବା ଉପରେ ଚଢ଼ାଉ କରିଥିଲେ । ଏଥିରେ ବ୍ୟାପକ ପରିମାଣ ବିୟର, ହୁଇସ୍କି ଓ କେନ୍‌ ଇତ୍ୟାଦି ପୋଲିସ ଧରିବାରେ ସଫଳ ହୋଇଛି । କିନ୍ତୁ ଦୀର୍ଘ ଦିନ ଧରି ଉକ୍ତ ଢ଼ାବାରେ ମଦ କାରବାର ଚାଲିଥିଲା । ଫଳରେ ଅବକାରୀ ବିଭାଗ ଜାଣିଶୁଣି ମଦ ମାଫିଆଙ୍କ ଢ଼ାବାକୁ ଘଣ୍ଟଘୋଡାଉ ଥିଲା ବୋଲି ସାଧାରଣରେ ଅଭିଯୋଗ ହେଉଛି । ଉକ୍ତ ମାମଲାକୁ ସେକେଣ୍ଡ ଅଫିସର ଆଲୋକ ପ୍ରସାଦ ଭୋଇ ତଦନ୍ତ କରୁଛନ୍ତି ।

jay balangir
Leave A Reply

Your email address will not be published.

18 − eighteen =