pakka

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ମିଥ୍ୟା ଅଭିଯୋଗ ଏକ ଅଗଣତାନ୍ତ୍ରିକ : ଆପ୍

bbehera

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ମିଥ୍ୟା ଅଭିଯୋଗ ଆରୋପ ଲଗାଇବା ଏକ ଅଗଣତାନ୍ତ୍ରିକ ବୋଲି ଆପ୍ ଦୃଢ଼ ପ୍ରତିବାଦ କରିଛି । ଏହାକୁ ସାରା ଭାରତରେ ବିଭିନ୍ନ ମହଲରେ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରି ପ୍ରତିବାଦ ସଭା କରିବ ବୋଲି ଆପ୍ ପକ୍ଷରୁ କୁହାଯାଉଛି । ଅରବିନ୍ଦ କେଜ୍ରିୱାଲଙ୍କୁ ମିଥ୍ୟା ଅଭିଯୋଗରେ ଗିରଫ କରିଥିବା ଏବଂ ଅଭିଯୋଗକାରୀଠାରୁ ଚାନ୍ଦା ଆଦାୟ କରିଥିବା ନେଇ ଭାରତୀୟ ଜନତା ପାର୍ଟି ବିରୁଦ୍ଧରେ ଆମ୍ ଆଦ‌ମୀ ପାର୍ଟି ସ୍ଵର ଉତ୍ତୋଳନ କରିଛି । ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବୀ ନେଇ ଆମ୍ ଆଦମୀ ପାର୍ଟି ପକ୍ଷରୁ ଆଗତ ଏକ ପ୍ରେସ-ମିଟରେ ଗଞ୍ଜାମ ଜିଲ୍ଲା କାର୍ଯ୍ୟକର୍ତ୍ତାଗଣ ଦୃଢ଼ ବିରୋଧ କରିଛନ୍ତି । ବ୍ରହ୍ମପୁର ପାର୍ଟି ଅଫିସରେ ଆମ୍ ଆଦ‌ମୀ ପାର୍ଟିର ଗଞ୍ଜାମ ଜିଲ୍ଲା ସଭାପତି ସୁବାଷ ଚନ୍ଦ୍ର ରାଉତଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଉପ-ସଭାପତି ସୁଧୀର ପ୍ରଧାନ, ଗଞ୍ଜାମ ଜିଲ୍ଲା ସମ୍ପାଦକ ଆଦିତ୍ୟ ନାରାୟଣ ରଥ, ଟି. ଦିନେଶ, ଅଜାମ୍ବିଳ ବିଶ୍ଵାଳ, ସୁନୀଲ କୁମାର ଆଚାର୍ଯ୍ୟ, ନିଭାସ୍ମିତା ପ୍ରଧାନ, କୃଷକ ମୋର୍ଚ୍ଚା ଗଞ୍ଜାମ ଜିଲ୍ଲା ସଭାପତି ନିରଞ୍ଜନ ପାତ୍ର ପ୍ରମୁଖ ଯୋଗଦେଇ କେନ୍ଦ୍ରର ମୋଦୀ ସରକାର ବିରୁଦ୍ଧରେ ସମାଲୋଚନା କରିଥିଲେ । ଏପରିକି ବିଭିନ୍ନ ସ୍ଥାନରେ ଆମ୍ ଆଦ‌ମୀ ପାର୍ଟି ପକ୍ଷୁରୁ ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ ପ୍ରତିବାଦ ସଭା କରିବ ବୋଲି ସରକାରଙ୍କୁ ଚେତାବନୀ ଦେଇଛନ୍ତି । ଆମ୍ ଆଦ‌ମୀ ପାର୍ଟିର ରାଷ୍ଟ୍ରୀୟ ସଭାପତି ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ମିଥ୍ୟା ଅଭିଯୋଗରେ ଗିରଫ କରାଯିବା ସମ୍ବନ୍ଧରେ ସାଙ୍ଘାତିକ ତଥ୍ୟ ପଦାକୁ ଆସିଛି । ଏହି ତଥ୍ୟରୁ ଭାରତୀୟ ଜନତା ପାର୍ଟି ହିଁ ପ୍ରକୃତ ଅପରାଧୀ ଏବଂ ଚକ୍ରାନ୍ତ କରି କେଜ୍ରିୱାଲଙ୍କୁ ଜେଲ ପଠାଇଥିବା ପ୍ରମାଣିତ ହେଉଛି, ବୋଲି ଆମ୍ ଆଦ‌ମୀ ପାର୍ଟି ପକ୍ଷୁରୁ ଦୃଢ଼ ଅଭିଯୋଗ କରାଯାଇଛି । ପ୍ରକାଶଥାଉକି, କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ଇ.ଡି.ର ଅଭିଯୋଗ ହେଉଛି, ପି. ସରଥ ଚନ୍ଦ୍ର ରେଡ୍ଡୀ ନାମକ ମଦ ବେପାରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଦିଲ୍ଲୀରେ ମଦ ଠିକା ପାଇବା ପାଇଁ ୧୦୦ କୋଟି ଟଙ୍କା ଲାଞ୍ଚ ଦେଇଛନ୍ତି । କେବଳ ତାଙ୍କର ବକ୍ତବ୍ୟ ଆଧାରରେ କେଜ୍ରିୱାଲଙ୍କୁ ଗିରଫ କରାଯାଇଛି । ମାତ୍ର ସୁପ୍ରିମକୋର୍ଟର ନିର୍ଦ୍ଦେଶ ପରେ ସାର୍ବଜନୀନ ହୋଇଥିବା ଇଲେକ୍ଟ୍ରୋରାଲ ବଣ୍ଡ ତଥ୍ୟରୁ ଅତି ସାଙ୍ଘାତିକ କଥା ଜଣାପଡିଛି । ପି. ସରଥ ଚନ୍ଦ୍ର ରେଡ୍ଡୀ କେବଳ ଜଣେ ମଦ ବେପାରୀ ନୁହନ୍ତି, ସେ ଅରବିନ୍ଦୋ ଫାର୍ମା ନାମକ ମକ ଏକ ବଡ ଔଷଧ କମ୍ପାନୀର ମାଲିକ ଅଟନ୍ତି । ତାଙ୍କର ଅନ୍ୟ କିଛି କମ୍ପାନୀ ମଧ୍ୟ ଅଛି । ପି. ସରଥ ଚନ୍ଦ୍ର ରେଡ୍ଡୀଙ୍କୁ ଇ.ଡି.ମଦ ଘୋଟଲାର ମୁଖ୍ୟ ପୁରୋଧା କହି ଗିରଫ କରାଥିଲା । ତାଙ୍କୁ ଜେରା କଲାବେଳେ ସେ ଅରବିନ୍ଦ କେଜ୍ରିୱାଲଙ୍କୁ ଚିହ୍ନି ନାହାନ୍ତି ଏବଂ କୌଣସି ଟଙ୍କା ଦେଇ ଦେଇନାହାନ୍ତି ବୋଲି କହିଲେ । ତେଣୁ ଇ.ଡି. ତାଙ୍କର ବେଲ୍‌ର ବିରୋଧ କଲା ଏବଂ ଲମ୍ବା ସମୟ ଜେଲରେ ରଖିଲା । ମାତ୍ର ବର୍ତ୍ତମାନ ଇଲେକ୍ଟ୍ରୋରାଲ ବଣ୍ଡ ତଥ୍ୟରୁ ଜଣା ପଡିଛି ଯେ’ ପି. ସରଥ ଚନ୍ଦ୍ର ରେଡ୍ଡୀଙ୍କୁ ଇ.ଡି. ମାଧ୍ୟମରେ ଭୟୟଭୀତ କରି ଭାରତୀୟ ଜନତା ପାର୍ଟି ତାଙ୍କର ବିଭିନ୍ନ କମ୍ପାନୀରୁ ପ୍ରାୟ ୫୯.୫ କୋଟି ଟଙ୍କା ଚାନ୍ଦା ନେଇଛି । ସେ ଜେଲରେ ଥିବାବେଳେ କିଛି ଚାନ୍ଦା ଦେଇଛନ୍ତି । ପରବର୍ତ୍ତୀ ସମୟରେ ଅରବିନ୍ଦ କେଜ୍ରିୱାଲଙ୍କ ବିରୁଦ୍ଧରେ ଅଭିଯୋଗ କରିବାକୁ ରାଜି ହେବାରୁ ଇ.ଡି. ତାଙ୍କର ବେଲକୁ ବିରୋଧ କରିନଥିଲା ଏବଂ ତାଙ୍କୁ ରାଜସାକ୍ଷୀ କରି ମାମଲାରୁ ମୁକ୍ତି ଦେଇଥିଲା । ଜେଲରୁ ବାହାରିବା ପରେ ସେ ପୁଣି ଭାରତୀୟ ଜନତା ପାର୍ଟିକୁ ପ୍ରାୟ ୫୦ କୋଟି ଟଙ୍କା ଚାନ୍ଦା ଦେଇଛନ୍ତି । ଏଥିରୁ ଜଣାପଡୁଛି ଚାପପକେଇ, ଡରେଇ ଧମକେଇ ଇଡି ମାଧ୍ୟମରେ ବିଜେପି କେବଳ ଚାନ୍ଦା ଆଦାୟ କରିନାହିଁ, ଅରବିନ୍ଦ କେଜ୍ରିୱାଲଙ୍କ ବିରୁଦ୍ଧରେ ମିଥ୍ୟା ବକ୍ତବ୍ୟ ମଧ୍ୟ ଆଦାୟ କରିଛି । ତେଣୁ ଆମ୍ ଆଦ‌ମୀ ପାର୍ଟି ବିଜେପି ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବୀ କରୁଛି ।

Leave A Reply

Your email address will not be published.

two × two =