csstore

କେଶରୀୟା ହିନ୍ଦୁ ବାହିନୀ ପ୍ରଦେଶ ମହାମନ୍ତ୍ରୀ ସନ୍ତୋଷ କୁମାର ଭୋଳଙ୍କ ବଲାଙ୍ଗିର ଜିଲ୍ଲାର ବିଭିନ୍ନ ବ୍ଲକ ଗସ୍ତ

ବଲାଙ୍ଗିର, (କେପିଏନ୍‌ଏସ୍‌) : କେଶରୀୟା ହିନ୍ଦୁ ବାହିନୀ ପ୍ରଦେଶ ମହାମନ୍ତ୍ରୀ ସନ୍ତୋଷ କୁମାର ଭୋଳ ଗତ ୨୮ତ ।ରିଖ ଦିନ ବଲାଙ୍ଗିର ଜିଲ୍ଲାର ବିଭିନ୍ନ ବ୍ଲକ ଗସ୍ତ କରିଥିଲେ । ଏହି ଗସ୍ତରେ ପ୍ରଥମେ ଦେଓଗାଁ ବ୍ଲକର ଦେଓଗାଁ ଠାରେ ବ୍ଲକ କାର୍ୟ୍ୟକର୍ତାଙ୍କ ଦ୍ୱାରା ଏବଂ ସଇଁତଲା ବ୍ଲକର ସଇଁତଲାଠାରେ ସ୍ୱାଗତ କରାଯାଇଥିଲା । ଏହାପରେ ମୁରିବାହାଲ ବ୍ଲକର ଚଲକିଠାରେ ତାଙ୍କୁ ସ୍ୱାଗତ କରିବା ସହ ମୁରିବାହାଲ ଗ୍ରାମରେ ଏକ ସଭାର ଆୟୋଜନ କରାଯାଇଥିଲା । ଏଥିରେ କେଶରୀୟା ହିନ୍ଦୁ ବାହିନୀର କାର୍ୟ୍ୟପନ୍ଥା ଉପରେ ଆଲୋକପାତ କରାଯାଇଥିଲା ଏବଂ ଏହି ବ୍ଲକ ବ୍ୟାପକ ମାତ୍ରାରେ ହେଉଥିବା ଗୋ-ଚାଲାଣକୁ ରୋକିବା ପାଇଁ ଏକ ଦୃଢ ପଦକ୍ଷେପ ନେବା ପାଇଁ ବ୍ଲକ ସଭାପତିଙ୍କୁ ଅନୁରୋଧ କରାଯିବା ସହିତ ମୁରିବାହାଲ ଥାନା ଘେରାଉ କରାଯାଇଥିଲା । ଏହାପରେ ମୁରିବାହାଲ ବ୍ଲକର ବାଙ୍କେଲ ଗ୍ରାମରେ ମଧ୍ୟ ଏକ ସଭା ଅନୁଷ୍ଠିତ ହୋଇଥିଲା । ଏହି କାର୍ୟ୍ୟକ୍ରମରେ ଜିଲ୍ଲାର ବରିଷ୍ଠ ଉପାଧ୍ୟକ୍ଷ ଶଙ୍କର୍ଷଣ ଆଚାର୍ୟ୍ୟ, ପାଟଣାଗଡ଼ ବ୍ଲକ ସଭାପତି ସୁବ୍ରତ କୁଁଅର, ଶୈଳେନ୍ଦ୍ର ନାଏକ, କବିରାଜ ସାହୁ, ରାଜୁ ନାଏକ, ମୁରିବାହାଲ ବ୍ଲକ ସଭାପତି ସଂଜୀବ କାମ୍ପ, ଗୋପବନ୍ଧୁ ଭୋଇ, ଶ୍ରୀକାନ୍ତ ଭୋଇ, ଗିରିଶ ଭୋଇ ଆଦି ପ୍ରମୁଖ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.