oom

ହାଇୱା ଟ୍ରକ ଅଟକାଇ ଡ୍ରାଇଭରଙ୍କଠୁ ମୋବାଇଲ ଓ ଜେକ୍‌ ମେସିନ ଲୁଟ୍‌

jsmm

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଥାନା ଅନ୍ତର୍ଗତ ଖପ୍ରାଖୋଲ ଧଣ୍ଡାମୁଣ୍ଡା ହରିଶଙ୍କର ଛକ ନିକଟରେ କିଛି ଦୁର୍ବୃତ୍ତ ହାଇୱା ଟ୍ରକକୁ ଅଟକାଇ ଡ୍ରାଇଭରଙ୍କ ମରଣାନ୍ତକ ଆକ୍ରମଣ କରି ଲୁଟ୍‌ କରିଥିବା ଜଣାପଡ଼ିଛି । ଘଟଣାରୁ ପ୍ରକାଶ ଯେ, ଶନିବାର ରାତି ୧୨ଟା ସମୟରେ ଡ୍ରାଇଭର ଲିପନ ମହାକୁଡ଼ ହରିଶଙ୍କରରୁ ପାଟଣାଗଡ଼ ଅଭିମୁଖେ ବାହାରିଥିଲେ । ହରିଶଙ୍କର ଛକ ନିକଟରେ ମଝିରାସ୍ତାରେ ଗୋଟିଏ ବାଇକ ନଂ ଓଡି୦୩-ଜେଡ-୭୩୯୫ ଠିଆ ହୋଇଥିବା ଦେଖି ଟ୍ରକଟିକୁ ଅଟକାଇ ଥିଲେ । ଟ୍ରକ ଅଟକିଲା ପରେ ପାଖରେ ଲୁଚି ଥିବା କିଛି ଦୁର୍ବୃତ୍ତ ଠେଙ୍ଗା ଧରି ଡ୍ରାଇଭରଙ୍କୁ ଆକ୍ରମଣ କରିଥିଲେ । ଏହା ଦେଖି ଡ୍ରାଇଭର ଜୀବନ ବଞ୍ଚାଇବା ପାଇଁ ସେଠୁ ପଳାଇ ଯାଇଥିଲେ । ଟ୍ରକ ଭିତରେ ଥିବା ମୋବାଇଲ, ଜେକ୍‌ ମେସିନ ଲୁଟ କରି ଫେରାର ମାରିଥିଲେ ଦୁର୍ବୃତ୍ତମାନେ । ଏନେଇ ଖପ୍ରାଖୋଲ ଥାନାରେ ରବିବାର ଗୋଟିଏ ଲୁଟ୍‌ ମାମଲା ରୁଜୁ ହୋଇଥିଲା । ଘଟଣା ଥାନାରେ ପଞ୍ଜିକୃତ ହେଲା ପରେ ଖପ୍ରାଖୋଲ ପୋଲିସ ତନାଘନା କରି ଲୁଟ୍‌ କରିଥିବା ଦୁର୍ବୃତ୍ତମାନଙ୍କୁ ଖୋଜିବାରେ ଲାଗିପଡ଼ିଥିଲା । ରବିବାର ସକାଳୁ ଦୁଇଜଣ ଦୁର୍ବୃତ୍ତଙ୍କୁ ଧରିବାରେ ସକ୍ଷମ ହୋଇଥିବା ପୋଲିସ ସୂଚନା ଦେଇଛି । ଦୁଇଜଣ ଅଭିଯୁକ୍ତ ହେଲେ ଖପ୍ରାଖୋଲ ଥାନା ତେଲେନପାଲି ପଞ୍ଚାୟତ କର୍ଲାମାଲ ଗ୍ରାମର ଶ୍ରୀତମ ଓରଫ ରଶ୍ମିରଞ୍ଜନ ସରାଫ (୨୨) ଏବଂ ବେଲପଡା ଥାନା ଅନ୍ତର୍ଗତ ବନମାଲ ଗ୍ରାମର ନବୀନ କୁମାର ସାହୁ(୨୫) ବୋଲି ଜଣାପଡିଛି । ତାଙ୍କ ପାଖରୁ ବାଇକ ଏବଂ ଡ୍ରାଇଭରଙ୍କ ମୋବାଇଲ ପୋଲିସ ଜବତ କରିଥିବା ବେଳେ ଏନେଇ ଖପ୍ରାଖୋଲ ଥାନା କେସ୍‌ ନଂ ୮୫/୨୦୨୪ରେ ଭାରତୀୟ ପେନାଲକୋର୍ଡର ଧାରା ୩୯୪ ଅଧିନିୟମ ଅନୁଯାୟୀ ଏକ ମାମଲା ରୁଜୁକରି ଦୁଇ ଅଭିଯୁକ୍ତଙ୍କୁ ପାଟଣାଗଡ଼ କୋର୍ଟ ଚାଲାଣ କରିଥିବା ବେଳେ ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆ ଯାଇଥିବା କେସ୍‌ ତଦନ୍ତକାରୀ ଅଧିକାରୀ ନରେନ୍ଦ୍ର ଛତ୍ର ପ୍ରକାଶ କରିଛନ୍ତି ।

jittmm
Leave A Reply

Your email address will not be published.