ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଳ ବ୍ଳକ ଛିନ୍ଦେଇକେଲା ଗ୍ରାମରେ ଚନ୍ଦ୍ରଶେଖର ମିନି ଷ୍ଟାଡିୟମରେ ଫାଇନାଲ ମ୍ୟାଚ କଣ୍ଟାବାଞ୍ଜି ଓ ବରଗଡ଼ ବ୍ଳୁ ଡାଇମଣ୍ଡ ମଧ୍ୟରେ ମ୍ୟାଚ ହୋଇଥିଲା । ମହେନ୍ଦ୍ର ଖୁଣ୍ଟିଆ ଅତିଥି ରୂପେ ଯୋଗଦେଇ ଖେଳ ଉଦଘାଟନ କରିଥିଲେ । କଣ୍ଟାବାଞ୍ଜି ଦଳ ବ୍ୟାଟିଂ କରି ୨୦ ଓଭରରେ ଶମ୍ଭୁ ହାତୀ ୩୬ ରନ, ବିଜୟ କୁମାର ୨୩ ରନ , ଗୈାରବ ୨୧ ରନରେ ୮ ଓ୍ବେକେଟ ଯାଇ ୧୪୯ ରନ ସଂଗ୍ରହ କରିଥିଲେ। ବରଗଡ଼ ଦଳ ସଂକଳ୍ପ ରାଉତ ସର୍ବାଧିକ ୩ ଓ୍ବେକେଟ ନେଇଥିଲେ। ପରେ ବରଗଡ଼ ବ୍ୟାଟିଂ କରି ଦେବେନ୍ଦ୍ର କୁଅଁର ୫୪ ରନ, ଅଂଶୁମାନ ମିଶ୍ର ୨୬ ରନ, ସଂକଳ୍ପ ରାଉତ ୧୬ ରନ କରିଥିଲେ। ରୋମାଞ୍ଚିତ ମ୍ୟାଚରେ ବରଗଡ଼ ଦଳ କଣ୍ଟାବାଞ୍ଜିକୁ ୪ ଓ୍ବେକେଟରେ ହରାଇ ଚମ୍ପିୟାନ ହୋଇଛି। ସଚ୍ଚିଦାନନ୍ଦ ପଣ୍ଡା ଓ ସୁଶାନ୍ତ ପାଣିଗ୍ରାହୀ ଖେଳ ପରିଚାଳନା କରିଥିଲେ। ଆକାଶ ସାହୁ, ବବଲୁ ପୃଷ୍ଟି ଓ ଆଶୁତୋଷ ସେଠ ସ୍କୋରର ଥିଲେ। କାର୍ତ୍ତିକ ନିଆଲ, ପ୍ରହ୍ଳାଲାଦ ଭୋଇ ଓ ରମେଶ ସାହୁ ଧାରାବିବରଣୀ ଦେଇଥିଲେ। ପୁରସ୍କାର ବିତରଣରେ ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥି ଭାବେ ସରପଞ୍ଚ ରାମଚନ୍ଦ୍ର ସାହୁ, ଆନନ୍ଦ ସାହୁ,ସମ୍ବାଦିକ ଉମେଶ ବିଶ୍ବାଳ, ସଞ୍ଜୟ ନାୟକ ଉପସ୍ଥିତ ଥାଇ ଦୁଇ ଦଳକୁ ପୁରସ୍କୃତ କରିଥିଲେ। ବରଗଡ଼ ଦଳର ସଂକଳ୍ପ ରାଉତକୁ ମ୍ୟାନ ଅଫ ଦି ମ୍ୟାଚ ଓ ଦେବେନ୍ଦ୍ର କୁଅଁରକୁ ମ୍ୟାନ ଅଫ ଦି ସିରିଜ ଦିଆଯାଇଥିଲା। ଏଥିରେ ସମସ୍ତ କମିଟିର କର୍ମକର୍ତ୍ତାମାନେ ସହଯୋଗ କରିଥିଲେ ।
Prev Post