ଟ୍ରକ୍‌ ମଧ୍ୟରୁ ଡ୍ରାଇଭରଙ୍କ ମୃତ ଦେହ ଉଦ୍ଧାର

ପାରାଦ୍ୱୀପ, (ଶୁଭ୍ରାଂଶୁ ଶେଖର ପୃଷ୍ଟି) : ପାରାଦ୍ୱୀପ ବନ୍ଦର ପୋତାଶ୍ରୟ ମଧ୍ୟରେ ଥିବା ଆଇରନ୍‌ ପ୍ଳଟରେ ଏକ ଟ୍ରକ୍‌ ମଧ୍ୟରୁ ଜନୈକ ଡ୍ରାଇଭରଙ୍କ ମୃତ ଦେହ ସନ୍ଦେହ ଜନକ ଅବସ୍ଥାରେ ମିଳିଛି । ଘଟଣାରୁ ପ୍ରକାଶ ଯେ, ପାରାଦ୍ୱୀପ ବନ୍ଦର ପୋତାଶ୍ରୟ ମଧ୍ୟରେ ଥିବା ଆଇରନ୍‌ ଟ୍ରକ୍‌ରେ ଓଡି-୨୯-ଡି-୪୯୩୩ ଟ୍ରକ୍‌ ଅଟକି ରହିଥିଲା । ଟ୍ରକ୍‌ଟି ସନ୍ଦେହ ଜନକ ଅବସ୍ଥାରେ ଥିବା ଦେଖି ତାର ଡୋର ଖୋଲିବାରୁ ସେଥିରେ ଟ୍ରକ୍‌ ଡ୍ରାଇଭରଙ୍କର ମୃତଦେହ ରହିଥିବା ଦେଖିବାକୁ ମିଳିଥିଲା । ଟ୍ରକ୍‌ରେ ଆଖଣ୍ଡଳମଣୀ ଟ୍ରାନ୍ସପୋର୍ଟ ଲେଖା ହୋଇଛି । ତେବେ କିଭଳି ଅବସ୍ଥାରେ ଡ୍ରାଇଭରଙ୍କ ମୃତ୍ୟୁ ହେଲା ସେ ନେଇ ପୁଲିସ୍‌ ପହଁଞ୍ଚି ତଦନ୍ତ ଆରମ୍ଭ କରିଛି । ବନ୍ଦର ପୋତାଶ୍ରୟ ତଥା ନିଷିଦ୍ଧାଞ୍ଚଳ ମଧ୍ୟରେ କିଭଳି ଭାବେ ଜଣେ ଡ୍ରାଇଭରର ମୃତ୍ୟୁ ହେଲା ସେ ନେଇ ସାଧାରଣରେ ସନ୍ଦେହ ସୃଷ୍ଟି କରିଛି । ତେବେ ମୃତ ଡ୍ରାଇଭର ଦିଲ୍ଲିପ ସେଠୀ(୪୭) କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ଥାନା ଅର୍ନ୍ତଗତ ନଳଦୀଆ ଗ୍ରାମର ଗୋପିନାଥ ସେଠୀଙ୍କ ପୁଅ ବୋଲି ଜଣା ପଡିଛି ।

Leave A Reply

Your email address will not be published.