oom

ବଙ୍ଗୋମୁଣ୍ଡା ବ୍ଲକରେ ନୂତନ ଭାବେ ୫ଜଣ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଯୋଗଦାନ

jsmm

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକରେ ନୂତନ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ୫ଜଣ ଯୋଗ ଦେଇଛନ୍ତି । ବଙ୍ଗୋମୁଣ୍ଡା ପଞ୍ଚାୟତ ଗୋହିରାପଦର ଗାଁର ଦୀପକ ମେହେର, ବଳଧା ପଞ୍ଚାୟତ ସାନମୁଲା ଗାଁର ଶ୍ରୀକାନ୍ତ ମିଶ୍ର, କପିଲାଭଟା ପଞ୍ଚାୟତ ସନ୍ଧିସର ଗାଁର ଥିରେନ୍ଦ୍ର ହଂସ, ବଙ୍ଗୋମୁଣ୍ଡା ପଞ୍ଚାୟତ ଗୋହିରାପଦର ଗାଁର ସୁଜ୍ଞାନ ମେହେର, ଚୁଲିଫୁଙ୍କା ପଞ୍ଚାୟତ ମନିଗାଁର ଶ୍ରେଷ୍ଠା ମାଝୀ ପ୍ରମୁଖ ଯୋଗଦାନ କରିଛନ୍ତି । ଜିଲ୍ଲା ପ୍ରଶାସନର ଆଦେଶ କ୍ରମେ ସେ ବଙ୍ଗୋମୁଣ୍ଡା ବ୍ଲକରେ ପିଇଓ ଭାବେ ଯୋଗ ଦେଇଛନ୍ତି । ନୂତନ ପିଇଓଙ୍କୁ ଜିପିଡ଼ିଓ ପୁରୁଷୋତ୍ତମ ମାଝୀ ସ୍ୱାଗତ କରିଛନ୍ତି । ଆଗକୁ ବଙ୍ଗୋମୁଣ୍ଡା ବ୍ଲକର ବିଭିନ୍ନ ପଞ୍ଚାୟତରେ ନିଯୁକ୍ତି କରାଯିବ ବୋଲି ବ୍ଲକ ପ୍ରଶାସନ ପକ୍ଷରୁ କୁହାଯାଇଛି ।

jittmm
Leave A Reply

Your email address will not be published.