ପୂର୍ଣ୍ଣ ସହାୟତା ପ୍ରାପ୍ତ ବେସରକାରୀ ମହାବିଦ୍ୟାଳୟର ଶିକ୍ଷକ ଓ ଅଣ-ଶିକ୍ଷକ କର୍ମଚାରୀମାନଙ୍କ ଏମ୍‌ଏସିପି ଓ ପିଏଚ୍‌.ଡି ପାଇଁ ସରଳ ହେଲା ନିୟମାବଳୀ

  • ୧୦୦% ଅନୁଦାନ ପାଇବା ତାରିଖ ପରିବର୍ତ୍ତେ ଅନୁଦାନ ମିଳିବାର ପ୍ରଥମ ଦିନକୁ ଭିତ୍ତି କରି ଏମ୍‌ଏସିପି ସ୍ଥିର କରାଯିବ
  • ପିଏଚ୍‌.ଡି ଡିଗ୍ରୀ କରିବା ପାଇଁ ପ୍ରୋତ୍ସାହନ ସ୍ଵରୂପ ଏଣ୍ଟ୍ରି ଲେଭେଲ୍‌ରେ ପ୍ରଯୁଜ୍ୟ ବେତନ ସ୍କେଲରେ ଦୁଇଟି ଅଗ୍ରୀମ ବୃଦ୍ଧି ମିଳିବ
  • ୫-ଟି ଅଧ୍ୟକ୍ଷ ଭି. କେ. ପାଣ୍ଡିଆନଙ୍କ ଜିଲ୍ଲା ଗସ୍ତ ଅବସରରେ ମିଳିଥିଲା ପ୍ରସ୍ତାବ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୂର୍ଣ୍ଣ ଅନୁଦାନପ୍ରାପ୍ତ ବେସରକାରୀ ମହାବିଦ୍ୟାଳୟର ଶିକ୍ଷକ ଓ କର୍ମଚାରୀମାନଙ୍କ ନିମନ୍ତେ ନିମ୍ନଲିଖିତ ସେବା ସୁବିଧା ଅନୁମୋଦନ କରିଛନ୍ତି । ପୂର୍ଣ୍ଣ ସହାୟତା ପାଉଥିବା ବେସରକାରୀ ମହାବିଦ୍ୟାଳୟର ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀଙ୍କ ସୁବିଧା ପାଇଁ ଓଡିଶା ସଂଶୋଧିତ ବେତନ ହାର ନିୟମ, ୨୦୧୭ ଅନୁସାରେ ପ୍ରଦାନ କରାଯାଉଥିବା ପରିବର୍ତ୍ତିତ ନିଶ୍ଚିତ କ୍ୟାରିୟର ପ୍ରଗତି ଯୋଜନାକୁ ସରଳ କରାଯାଇଛି । ଏବେ ୧୦୦% ଅନୁଦାନ ପାଇବା ତାରିଖ ପରିବର୍ତ୍ତେ ପ୍ରଥମ ଅନୁଦାନ ମିଳିବା ଦିନକୁ ଭିତ୍ତି କରି ଏମ୍‌ଏସିପି ନିର୍ଣ୍ଣୟ କରାଯିବ । ପୂର୍ଣ୍ଣ ସହାୟତା ପ୍ରାପ୍ତ ବେସରକାରୀ ମହାବିଦ୍ୟାଳୟରେ ଶିକ୍ଷାଦାନ ବୃତ୍ତିରେ ପ୍ରତିଭାବାନ ଅଧ୍ୟାପକମାନଙ୍କୁ ଆକର୍ଷିତ କରିବା ପିଏଚ୍‌.ଡି ଡିଗ୍ରୀ ହାସଲ ପାଇଁ, ସ୍ଵତନ୍ତ୍ର ପଦକ୍ଷେପ ନିଆଯାଇଛି । ଅଧ୍ୟାପକମାନଙ୍କୁ ଚାକିରୀ ସମୟରେ ପିଏଚ୍‌.ଡିର ଅତିରିକ୍ତ ଯୋଗ୍ୟତା ହାସଲ କରିବା ପାଇଁ ପ୍ରୋତ୍ସାହନ ସ୍ଵରୂପ କେବଳ ଏଣ୍ଟ୍ରି ଲେଭେଲ୍‌ରେ appropriate pay ସ୍କେଲରେ ଦୁଇଟି ଅଗ୍ରୀମ ବୃଦ୍ଧି, (କେବଳ ଅଧ୍ୟାପକ ପଦରେ) ପ୍ରଦାନ କରାଯିବ । ସୂଚନାଯୋଗ୍ୟ ଯେ ୫-ଟି ଅଧ୍ୟକ୍ଷ ଶ୍ରୀ ପାଣ୍ଡିଆନଙ୍କ ଜିଲ୍ଲା ଗସ୍ତ ଅବସରରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ନିୟୋଜିତ ଥିବା ପୂର୍ଣ୍ଣ ସହାୟତା ପ୍ରାପ୍ତ କଲେଜର ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀମାନେ ସେମାନଙ୍କ ଅସୁବିଧା ସଂପର୍କରେ ଦୃଷ୍ଟି ଆକର୍ଷଣ କରିଥିଲେ ।

Leave A Reply

Your email address will not be published.