jayashree

ଏନ୍‌ଏସି ମାନ୍ୟତା ଦାବି ନେଇ ପଞ୍ଚାୟତବାସୀ ପକ୍ଷରୁ ବ୍ଲକ ସମ୍ମୁଖରେ ଦ୍ଵିତୀୟ ଦିନରେ ପହଞ୍ଚିଲା ଆମରଣ ଅନଶନ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡାକୁ ଏନ୍‌ଏସି ମାନ୍ୟତା ଦାବି ନେଇ ବଙ୍ଗୋମୁଣ୍ଡା ପଞ୍ଚାୟତବାସୀଙ୍କ ପକ୍ଷରୁ ଚାଲିଥିବା ବଙ୍ଗୋମୁଣ୍ଡା ବ୍ଲକ ସମ୍ମୁଖରେ ଆମରଣ ଅନଶନ ଆଜି ଦ୍ଵିତୀୟ ଦିନରେ ପହଞ୍ଚିଛି । ବର୍ତ୍ତମାନ ସୁଦ୍ଧା କୌଣସି ସରକାରୀ ଅଧିକାରୀ ପହଞ୍ଚି ନାହାନ୍ତି । ବଙ୍ଗୋମୁଣ୍ଡାକୁ ଏନ୍‌ଏସି ନକରାଯାଇ ଅଣଦେଖା କରିଥିବା ବେଳେ ଦୀର୍ଘ ବର୍ଷ ହେଲା ବଙ୍ଗୋମୁଣ୍ଡାକୁ ଏନ୍‌ଏସି ଦାବି ନେଇ ଆନ୍ଦୋଳନ କରାଯାଇଥିଲା ହେଲେ ନୂତନ ଏନ୍‌ଏସି ଘୋଷଣାରେ ବଙ୍ଗୋମୁଣ୍ଡା ନାମ ନଥିବାରୁ ଅଞ୍ଚଳବାସୀ ନିରାଶ ହୋଇଛନ୍ତି । ବଙ୍ଗୋମୁଣ୍ଡା ବ୍ଲକ କାର୍ଯ୍ୟାଳୟକୁ ତାଲା ପକାଇ ପ୍ରତିବାଦ କରିଛନ୍ତି । ପ୍ରଥମେ ମାଟି ପରେ ପାର୍ଟି ବୋଲି ରାଜନୈତିକ ଦଳ ଗୁଡିକ ପକ୍ଷରୁ ଚେତାବନୀ ଦିଆଯାଇଛି । ଅନଶନ ସ୍ଥଳରେରେ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା, ରାଜ୍ୟ ବିଜେପି କୃଷକ ମୋର୍ଚ୍ଚା ସାଧାରଣ ସମ୍ପାଦକ ଲକ୍ଷ୍ମଣ ବାଗଙ୍କ ସହ ବିଭିନ୍ନ ସଂଗଠନର କର୍ମକର୍ତ୍ତାମାନେ ସାମିଲ ହୋଇ ସମର୍ଥନ କରିଥିଲେ । ସୁରକ୍ଷା ବ୍ୟବସ୍ଥା କଡାକଡି କରିବା ପାଇଁ ପୋଲିସ ମୁତୟନ ହୋଇଛନ୍ତି । କିଛି ଆନ୍ଦୋଳନକାରୀମାନେ ଅସୁସ୍ଥ ଥିବା ସୂଚନା ମିଳିଛି ।

Leave A Reply

Your email address will not be published.