ନାବାର୍ଡ ପକ୍ଷରୁ ସ୍ୱୟଂ ସହାୟକା ସଭ୍ୟାମାନଙ୍କୁ ନେଇ ତୃଣମୂଳସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ମଙ୍ଗଳବାର ଦିନ ପୁଇଁନ୍ତଲା ବ୍ଳକ ଶିକାବେହେଙ୍ଗା ଗ୍ରାମରେ ୧୦ଟି ସ୍ୱୟଂ ସହାୟକ ଦଳର ୪୦ ଜଣ ସ୍ୱୟଂ ସହାୟକା ସଭ୍ୟାମାନଙ୍କୁ ନେଇ ଭୁବନେଶ୍ୱର ନାବାର୍ଡ ସହାୟତାରେ ବଲାଙ୍ଗିର ଜୟ ଜଗନ୍ନାଥ ସାଂସ୍କୃତିକ ସଂଘ ଦ୍ୱାରା ତୃଣମୂଳସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଏଥିରେ ବଲାଙ୍ଗିର ନାବାର୍ଡ ଅଧିକାରୀ ଡିଡିଏମ୍‌ ଶ୍ରୀ ଲକ୍ଷ୍ମଣ ପ୍ରସାଦ ରାୟ ମୁଖ୍ୟ ଅତିଥିଭାବେ ଯୋଗଦେଇ ସ୍ୱୟଂ ସହାୟକ ଦଳଗୁଡିକୁ ସୁ·ରୁ ରୁପେ ପରିଚାଳିତ କରିବେ, ବ୍ୟାଙ୍କ ଋଣକୁ ଉଚିତ କାର୍ଯ୍ୟରେ ଲଗାଇ ଅଗ୍ରଗାମୀ ହୋଇପାରିବେ ବୋଳି ବୁଝାଇଥିଲେ । ସମ୍ମାନିତ ଅତିଥିଭାବେ ବଲାଙ୍ଗିର ଷ୍ଟେଟ୍‌ ବ୍ୟାଙ୍କ କାଉନ୍‌ସିଲର, ପ୍ରଶିକ୍ଷକ ଶ୍ରୀମତୀ ଅନୁଛାୟା ବେଚ୍‌ ଓ ଗ୍ରାମର ଜୟ ବଳଭଦ୍ର କୃଷକ କ୍ଳବର ମୁଖ୍ୟ ସୁଧାମୟ ପଟେଲ ଯୋଗଦେଇଥିଲେ । ସମ୍ମାନିତୟ ଅତିଥିମାନଙ୍କୁ ସଂଘ ସଭାପତି ସଦାନନ୍ଦ ଦେବତା ପୁଷ୍ପଗୁଚ୍ଛ ଓ ଉପଢୌକନ ଦେଇ ସ୍ୱାଗତ ଜଣାଇଥିଲେ । ଏହି କାର୍ଯ୍ୟକ୍ରମକୁ ସମାଜସେବୀ ଜଗନ୍ନାଥ ପ୍ରସାଦ ମାହାଣା ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.