oom

କିଛି ଦିନର ନୀରବତା ପରେ ପୁଣି ବେଆଇନ ଖଇର କାଠ ଚାଲାଣ ହେବାକୁଥିଲା : ମାଡ଼ି ବସିଲା ଖପ୍ରାଖୋଲ ବନବିଭାଗ

jsmm

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବନ ବିଭାଗ ଗତ ୭ ତାରିଖ ଦିନ ଲକ୍ଷାଧିକ ଟଙ୍କାର ଶାଗୁଆନ କାଠ ଜବତ କରିଥିବା ବେଳେ ଏହାର ସାତଦିନ ପରେ ପୁଣି ବିପୁଳ ପରିମାଣର ଖଇର କାଠ ଜବତ କରିବାରେ ସଫଳ ହୋଇଛି ବନ ବିଭାଗ । ମିଳିଥିବା ସୂଚନା ଅନୁଯାୟୀ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ହରିଶଙ୍କର ରେଞ୍ଜ ଅଧିକାରୀ ଅରବିନ୍ଦ ନାଏକଙ୍କ ନିର୍ଦ୍ଦେଶରେ ଖପ୍ରାଖୋଲ ବନପାଳ ସୁଧୀର କୁମାର ଜେନାଙ୍କ ନେତୃତ୍ୱରେ ବନ କର୍ମଚାରୀ ଖପ୍ରାଖୋଲ ନିକଟସ୍ଥ ଭେଲୁଆଁଖୋଲ ଗ୍ରାମ ପାଖରୁ ଖଇର କାଠ ଗଦା ହୋଇଥିବା ଏବଂ ତାହା ବେଆଇନ ଭାବେ ବାହାରକୁ ଚାଲାଣ ହେବ ବୋଲି ଖବର ପାଇ ବନବିଭାଗ ମାଡି ବସିଥିଲେ । ଘଟଣାସ୍ଥଳରେ ବନବିଭାଗ ଟିମ କୁ ଦେଖି କାଠମାଫିଆ ନିଜ ବାଇକ ନଂ ଓଡି୧୭ କ୍ୟୁ ୨୦୨୧ ହିରୋ ଡିଲକ୍ସକୁ ଛାଡି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା । ଘଟଣାସ୍ଥଳରୁ ଜବତ କରିଥିବା ବାଇକ ଏବଂ କାଠକୁ ଖପ୍ରାଖୋଲ ବନବିଭାଗ କାର୍ଯ୍ୟାଳୟକୁ ଆଣି ଅଧିକ ତଦନ୍ତ କରାଯାଉଥିବା ହରିଶଙ୍କର ବନାଞ୍ଚଳ ଅଧିକାରୀ ଶ୍ରୀ ନାଏକ ପ୍ରକାଶ କରିଛନ୍ତି । ଜବତ ହୋଇଥିବା ଖଇର କାଠର ଓଜନ ଆନୁମାନିକ ୧୫ କ୍ୱିଣ୍ଟାଲ ହେବ ବୋଲି ଜଣାପଡିଛି ।

jittmm
Leave A Reply

Your email address will not be published.