ପଚିଶ ବର୍ଷ ଶାସନର ହିସାବ ଲୋକଙ୍କୁ ଦିଅ : ସମରେନ୍ଦ୍ର

  • ପିଲାଙ୍କୁ ଶିକ୍ଷା ଓ କର୍ମନିଯୁକ୍ତିରୁ ବଂଚିତ କରିଛି ଏଇ ସରକାର : ସମରେନ୍ଦ୍ର

ବଲାଙ୍ଗିର, (କେପିଏନ୍‌ଏସ୍‌) : ଛୁଆ ଜନ୍ମରୁ ବେକାରୀ ହେବା ପର୍ଯ୍ୟନ୍ତ ରାଜ୍ୟରେ ଗୋଟିଏ ସରକାର ଚାଲିଛି, ଷଡଯନ୍ତ୍ର କରି ଆମର ପିଲାମାନଙ୍କୁ ଉତ୍ତମ ଶିକ୍ଷାରୁ ବଂଚିତ କରାଯାଇଛି, ଯଦି ବି କେହି କିଛି ପାଠପଢି ସାରିଲା ତା ପାଇଁ ଆମ ଅଞ୍ଚଳରେ ନିଯୁକ୍ତି ନାହିଁ, ତେଣୁ ଆମର ଛାତ୍ର, ଯୁବକମାନଙ୍କୁ ଏହି ବିଜେଡି ସରକାର ଆମ ପିଲାମାନଙ୍କ ପାଇଁ କଣ କରିଛନ୍ତି ତାର ହିସାବ ଦିଅନ୍ତୁ ବୋଲି ଆଜି ବନ୍ଧପଡା ପଂଚାୟତର ବନ୍ଧପଡାଠାରେ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ରଙ୍କ କରକମଳରେ ୨୩ କୋଟି ୯୮ ଲକ୍ଷ ଟଙ୍କାର ଏକ ରାସ୍ତା ପ୍ରକଳ୍ପର ଭିତ୍ତିପ୍ରସ୍ତର ପରବର୍ତ୍ତୀ ସଭାରେ ଏଆଇସିସି ସଭ୍ୟ ସମରେନ୍ଦ୍ର ମିଶ୍ର ନିଜ ବକ୍ତବ୍ୟରେ କହିଛନ୍ତି । ଏହି ଅବସରରେ ସମରେନ୍ଦ୍ର ମିଶ୍ର ଆହୁରି ମଧ୍ୟ କହିଛନ୍ତି ଯେ, ଆମର ଯୁବକମାନେ ଏବେ ଠିକ ଜାଣିଲେଣି ଏହି ସରକାରରେ ଛାତ୍ର, ଯୁବକ, କୃଷକ, ଶ୍ରମିକଙ୍କ ଉନ୍ନତି ଆଉ ହୋଇପାରିବ ନାହିଁ । କାରଣ ଏହି ସରକାର ଛାତ୍ର, ଯୁବକ, କୃଷକ, ଶ୍ରମିକଙ୍କ ପାଇଁ କିଛି ବି ଦୀର୍ଘ ସୂତ୍ରୀ ଯୋଜନା ନାହିଁ, ସରକାର କେବଳ ନିର୍ବାଚନ ଆଗରୁ ଲୋକଙ୍କୁ ଭୁଆଁ ବୁଲାଇବା ପାଇଁ ଲଲିପପ୍‌ ଯୋଜନା ଆଣୁଛି ଯାହାକି ନିର୍ବାଚନ ପରେ ସେହି ଯୋଜନା ଆଉ ନଥିବ । ତେଣୁ ଜନ ବିରୋଧୀ ସରକାରଙ୍କୁ ଉଚିତ ଜବାବ ଦେବା ପାଇଁ ଆମମାନଙ୍କ ଭିତରେ ଏକତା ସୃଷ୍ଟି କରିବା । ଏହି ସଭାରେ ମୁଖ୍ୟ ଅତିଥି ଭାବେ ବିଧାୟକ ଶ୍ରୀ ମିଶ୍ର ସ୍ଥାନୀୟ ସରକାରୀ ଦଳ ରାଜନେତାଙ୍କୁ ବିକାଶ ବିରୋଧୀ ବୋଲି କହିବା ସହ ବଲାଙ୍ଗିର ରାଜପରିବାର ନାରୀ ନିର୍ଯାତନା ଓ ସିଲିଂ ଜମି ଦୁର୍ନୀତିରେ କାଠଗଡା଼ରେ ନିଶ୍ଚିତ ଭାବରେ ଛିଡା ହେବେ ବୋଲି କହିଛନ୍ତି । ତା ସହ ଆଜି ଯେଉଁ ରାସ୍ତାର ଭିତ୍ତିପ୍ରସ୍ତର ଦିଆଗଲା ସେହି ରାସ୍ତା ଏ ଅଞ୍ଚଳର ଗମନାଗମନ ସହ ଅର୍ଥନୈତିକ ଉନ୍ନତିରେ ନିଶ୍ଚିତ ସହାୟକ ହେବ ବୋଲି କହି ରାସ୍ତାର ନିର୍ମାଣ ଦିଗରେ ସମସ୍ତେ ନିଶ୍ଚିତ ସହଯୋଗ କରିବେ ବୋଲି ଶ୍ରୀ ମିଶ୍ର ଅନୁରୋଧ କରିଥିଲେ । ଆଜିର କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସମିତି ସଭ୍ୟ କଣ୍ଟେଶ୍ୱର ପଧାନ, ଡ଼ୁମେରପିଟା ସମିତି ସଂକୀର୍ତ୍ତନ ବାଗ, ବଡ଼ବନ୍ଧ ସରପଞ୍ଚ ଜଗବନ୍ଧୁ ମେହେର, ଗଙ୍ଗାଧର ମିଶ୍ର, ରାମଜୀ ଚୌଧୁରୀ, ଆଇଟମ ମିଶ୍ର ପ୍ରମୁଖ ମଂଚାସୀନ ଥିଲେ ।

Leave A Reply

Your email address will not be published.

4 + 15 =