କିସ୍‌ ଅଧ୍ୟୟନରତ ତୁରେକେଲା ଛାତ୍ରୀଛାତ୍ରଙ୍କୁ ୭ମ ପର୍ୟ୍ୟାୟ ଶୁଖିଲା ଖାଦ୍ୟ ବଣ୍ଟନ

କଣ୍ଟାବାଞ୍ଜି, (ମନିଶ କୁମାର ହଂସ) – ଭୁବନେଶ୍ୱର କିସ ବିଶ୍ୱ ବିଦ୍ୟାଳୟରେ ଅଧ୍ୟୟନରତ ତୁରେକେଲା ବ୍ଲକର ଛାତ୍ରୀଛାତ୍ର ମାନଙ୍କୁ ବୁଧବାର ଦିନ ୭ମ ପର୍ୟ୍ୟାୟ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଛି । ତୁରେକେଲା ବ୍ଲକର ଢୋଲମାନ୍ଦଲ, କୁଇବାହାଲ, ମହୁଲପାଟି, ବଡଡକଲା, ହିଆଁଲ, ଝରଣି ଧାମନଡଙ୍ଗା, ବୁରୋମାଲ, ମହଖଣ୍ଡ, ଖଗସା ଓ ଚଟୁଅନାକା ପଂଚାୟତ ୧୧୫ଜଣ ଛାତ୍ରୀଛାତ୍ରଙ୍କୁ ଶୁଖିଲା ଖାଦ୍ୟ ଚାଉଲ, ଡାଲି, ଚୁଡା, ସାନିଟାଇଜର, ସାବୁନ ଓ ତେଲ କଂଟାବାଂଜି ଠାରେ ବଂଟନ କରାଯାଇଛି । ଆଦିବାସୀ ସଂଘ ତୁରେକେଲା ଶାଖାର ସଭାପତି ଚୌବନ କିଶୋର ମାଝିଙ୍କ ଦ୍ୱାରା ଏହା ବଂଟନ କରାଯାଇଛି । ଏହି ଅବସରରେ ସମିତି ସଭ୍ୟା ଖେଲନ୍ତି ସମରଥ ସହ ରାଜେଶ ସମରଥ, ରୋହିତ ମାଝି, ଭୁତେଶ୍ୱର ପାତ୍ର ଓ କୁମର ମାଝି ସଂପୂର୍ଣ୍ଣ ସହଯୋଗ କରିଛନ୍ତି ।

Leave A Reply

Your email address will not be published.