oom

ବିଦ୍ୟାଳୟସ୍ତରୀୟ ମୋ ସ୍କୁଲ ଅଭିଯାନରେ ଧନ୍ୟବାଦ ଉତ୍ସବ ପାଳିତ

jsmm

କଳାହାଣ୍ଡି, (ପି.କେ. ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ଅନ୍ତର୍ଗତ ପଞ୍ଚସଖା ସରକାରୀ ଉଚ୍ଚ ବିଦ୍ୟାଳୟଠାରେ ପ୍ରଧାନ ଶିକ୍ଷୟିତ୍ରୀ ଶକୁନ୍ତଳା ମିଶ୍ରଙ୍କ ତତ୍ୱାବଧାନରେ ମୋ ସ୍କୁଲ ଅଧ୍ୟକ୍ଷ ପଞ୍ଚୁଦେବ ସାହୁଙ୍କ ସଭାପତିତ୍ୱରେ ମୋ ସ୍କୁଲ ଅଭିଯାନ ତରଫରୁ ଧନ୍ୟବାଦ ଉତ୍ସବ ପାଳିତ ହୋଇଯାଇଛି । ଏଥିରେ ଅତିଥି ଭାବେ ସ୍କୁଲ ପ୍ରତିଷ୍ଠାତା ତଥା ଶିକ୍ଷାବିତ୍‌ ପିତାମ୍ବର ନାଗ, ଘନଶ୍ୟାମ ବଗର୍ତ୍ତି ଓ ଖଗେଶ୍ୱର ରଣା ଉପସ୍ଥିତ ରହି ଶିକ୍ଷାର ମହତ୍ତ୍ୱ, ବିଦ୍ୟାଳୟର ପରିବେଶ ଉପରେ ଦିଗଦର୍ଶନ ଦେଇଥିଲେ । ଶିକ୍ଷକ ଅଶୋକ ବିଶ୍ୱାଳ ମୋ ସ୍କୁଲ ଅଭିଯାନର ଲକ୍ଷ୍ୟ, ଉର୍ଦେଶ୍ୟ ଓ ଉନ୍ନତି ଉପରେ ବିବରଣୀ ପଠନ କରିଥିଲେ । ଅତିଥିମାନଙ୍କ ଦ୍ୱାରା ଉପସ୍ଥିତ ପୁରାତନ ଛାତ୍ରଛାତ୍ରୀ, ଅଭିବାବକ ଓ ଶିକ୍ଷାପ୍ରେମୀମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରେରିତ ଧନ୍ୟବାଦ ପତ୍ର ବଣ୍ଟନ କରିଥିଲେ । ଏଥିରେ ଶିକ୍ଷକ ବେଣୁଧର ରଣା, ପ୍ରମୋଦ ସାହୁ ,ସନ୍ତୋଷ ସେଠି, ଶ୍ୟାମ ସୁନ୍ଦର ପ୍ରତିହାରୀ, ସଂଜୟ କୁମାର ପାତ୍ର, ଦାମୋଦର ଭୋଇ, ଧନଞ୍ଜୟ ବଗର୍ତ୍ତି, ଗୌରାଙ୍ଗ ଷାଣ୍ଢଙ୍କ ସମେତ ସମସ୍ତ କର୍ମଚାରୀ ଉପସ୍ଥିତ ଥିବାବେଳେ ଶିକ୍ଷୟିତ୍ରୀ ସୁଶ୍ରୀ ପ୍ରିୟଦର୍ଶିନୀ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । ସେହିପରି ଅଲାତରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟଠାରେ ମଧ୍ୟ ଧନ୍ୟବାଦ ଉତ୍ସବ ପାଳିତ ହୋଇଯାଇଛି ।

jittmm
Leave A Reply

Your email address will not be published.