oom

ଅନୁସୂଚିତ ଜାତି ତାଲିକାରୁ କେଉଁଟ, କୈବର୍ତ୍ତ ଓ ଧୀବର ହଟାଓ ଦାବି ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ

jsmm

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ଅନୁସୂଚିତ ଜାତି ତାଲିକାରୁ କେଉଁଟ, କୈବର୍ତ୍ତ ଓ ଧୀବର ହଟାଓ ଦାବି ନେଇ ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ଲକ୍ଷେ ଘର ଗଣ୍ଡା ସମାଜ ପକ୍ଷରୁ ବଙ୍ଗୋମୁଣ୍ଡା ତହସିଲଦାରଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଛି । ପ୍ରଥମେ ବଙ୍ଗୋମୁଣ୍ଡା ଆମ୍ବେଦକର ଛକଠାରୁ ବିରାଟ ଶୋଭାଯାତ୍ରାରେ ବାହାରି ବଙ୍ଗୋମୁଣ୍ଡା ତହସିଲ କାର୍ଯ୍ୟାଳୟ ନିକଟରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିବା ସହ ବଙ୍ଗୋମୁଣ୍ଡା ତହସିଲଦାର ଜ୍ୟୋତ୍ସ୍ନା ମାଝୀଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଛି । ଏଥିରେ ବଙ୍ଗୋମୁଣ୍ଡା ବ୍ଲକ ଲକ୍ଷେ ଘର ଗଣ୍ଡା ସମାଜର କର୍ମକର୍ତ୍ତାମାନେ ସାମିଲ ହୋଇଥିଲେ । କେଡିକେ ହଟାଓ ଆବାହକ ଡିଙ୍ଗର କୁମାର, ଦିନେଶ ତାଣ୍ଡି, ରେଣୁରଞ୍ଜନ ବାଗ, ଲୋଚନ ବିଭାର, ପ୍ରେମିଶ ଚନ୍ଦ୍ର ବାଗ, ମିଥୁନ ତାଣ୍ଡି, ସ୍ଵୟମ୍ବର ସୁନା, ମଣ୍ଟୁ ଦୀପ, ପରୀକ୍ଷିତ ଦୀପ, ମୁକେଶ ଦୀପ, କରନ୍ ତାଣ୍ଡି, ବାଲ୍ମୀକି ସୁନା, କୁନ୍ଦନ୍ ଛୁରା, ରାମଚନ୍ଦ୍ର ହିଆଲ, ସିଦ୍ଧାନ୍ତ ବାଗ, ଚନ୍ଦ୍ର ହିଆଲ, ଜୟ ବାଗ, କଲାମନି ମଙ୍ଗରାଜ, ଗୌରାଙ୍ଗ ମହାନନ୍ଦ, ବୁଲୁ ହିଆଲ, ବବୁଲୁ ଜାଲ, ମୁରଲୀ ସୁନା, ଧୀରଜ କୁମ୍ଭାର, କେଦାର ଛୁରା, ଜିକୁ ମହାନନ୍ଦ, ସମୀର ତାଣ୍ଡି, କିରଣ ତାଣ୍ଡି, ନିଲୁ ତାଣ୍ଡି, ଚୁଦଙ୍ଗ ତାଣ୍ଡି, ଅଜୟ ସୁନା, ଆଲୋକ ବାଗ, ହରିବନ୍ଧୁ ମୁଗୁରି, ଘାସିରାମ ମଙ୍ଗରାଜ, ରଘୁନାଥ ସୁନା ପ୍ରମୁଖ ସାମିଲ ହୋଇଥିଲେ । ଶାନ୍ତିଶୃଙ୍ଖଳା ପାଇଁ ବଙ୍ଗୋମୁଣ୍ଡା ପୋଲିସ ମୁତୟନ ହୋଇଥିଲା ।

jittmm
Leave A Reply

Your email address will not be published.