csstore

ଚତୁର୍ଥ ଲାଇନ୍‌ମେନ୍‌ ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପାୱାର୍‌ ଗ୍ରୀଡ୍‌ କର୍ପୋରେସନ ଅଫ୍ ଇଣ୍ଡିଆ ବଲାଙ୍ଗିର ୪୦୦/୨୨୦ କେଭି ବଲାଙ୍ଗିର ସବ୍‌ଷ୍ଟେସନ୍‌ରେ ଚତୁର୍ଥ ଲାଇନ୍‌ମେନ୍‌ ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବଲାଙ୍ଗିର ସବ୍‌ଷ୍ଟେସନ୍‌ ଇନ୍‌ଚାର୍ଜ ସୁରେଶ କିସାନ, ଜିଏମ୍ ତଥା ସବ୍‌ଷ୍ଟେସନ୍‌ ଏଏମ୍‌ ହେଡ୍‌ ଗଜେନ୍ଦ୍ର ମଲ୍ଲିକ, ଚିଫ୍‌ ମ୍ୟାନେଜର ପ୍ରମୁଖ ଯୋଗଦାନ କରି ମରାମତି କାର୍ଯ୍ୟ ସମୟରେ ସୁରକ୍ଷା ଦିଗ ପ୍ରତି ସତର୍କ ରହିଲେ ଦୁର୍ଘଟଣାକୁ ଏଡାଇ ଦିଆଯାଇପାରିବ ବୋଲି ଉପସ୍ଥିତ ଲାଇନ୍‌ମେନ୍, ଫିଟର୍‌ ଓ ଇଲେକ୍ଟ୍ରିସିଆନ୍‌ମାନଙ୍କୁ ଦିଗ୍‌ଦର୍ଶନ ଦେଇଥିଲେ । ସୁରକ୍ଷା ନିୟମ ଉଲଘଂନ ହେଲେ ଦୁର୍ଘଟଣା ଯୋଗୁଁ ଦେଶର, ପରିବାରର ତଥା ବ୍ୟକ୍ତିଗତ ଜୀବନର ଅପୂରଣୀୟ କ୍ଷତି ଘଟିବ ବୋଲି କୁହାଯାଇଛି । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଆସିଷ୍ଟାଣ୍ଟ ମ୍ୟାନେଜର ରଂଜିତ ଭଟରାୟ ଏବଂ ବିରେନ୍ଦ୍ର ଦାସ ଓ ଅନ୍ୟ ଅଧିକାରୀ, କର୍ମଚାରୀମାନେ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.