oom

ଏକ୍ସନ ମୁଡ୍‌ରେ ଭିଜିଲାନ୍ସ : ବଲାଙ୍ଗିର ୱେସ୍କୋ ଅଧିକ୍ଷଣ ଯନ୍ତ୍ରୀଙ୍କ କାର୍ୟ୍ୟାଳୟର କନିଷ୍ଠ ଆକାଉଣ୍ଟାଣ୍ଟ୍ ବିଭୁତି ଭୂଷଣ ବିନ୍ଧାଣୀଙ୍କ ବାସଭବନରେ ଭିଜିଲାନ୍ସ ଚଢାଉ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରରେ ଏକ୍ସନ ମୁଡ୍‌ରେ ଭିଜିଲାନ୍ସ । ବଲାଙ୍ଗିର ୱେସ୍କୋ ଅଧିକ୍ଷଣ ଯନ୍ତ୍ରୀଙ୍କ କାର୍ୟ୍ୟାଳୟର କନିଷ୍ଠ ଆକାଉଣ୍ଟାଣ୍ଟ୍ ବିଭୁତି ଭୂଷଣ ବିନ୍ଧାଣୀଙ୍କ ବାସଭବନରେ ଭିଜିଲାନ୍ସ ଚଢାଉ ହୋଇଛି । ବଲାଙ୍ଗିର ସାଲେପାଲି ସାର୍କିଟ୍ ହାଉସ ନିକଟ ତିନି ମହଲା ବିଶିଷ୍ଟ କୋଠାଘର, ପୁଇଁତଳା ବ୍ଲକ ଦୁର୍ଗାପାଲି ଗାଁରେ ଥିବା ପୈତୃକ ଘର ସମେତ ବଲାଙ୍ଗିର ପ୍ୟାଲେସ୍‌ଲାଇନ୍ ୱେସ୍କୋ ଅଧିକ୍ଷଣ ଯନ୍ତ୍ରୀଙ୍କ କାର୍ୟ୍ୟାଳୟର ଆକାଉଣ୍ଟାଣ୍ଟ୍ ପ୍ରକୋଷ୍‌ଷ୍ଠ, ତିନୋଟି ସ୍ଥାନରେ ଭିଜିଲାନ୍ସ ପଖ୍ୟରୁ ଏକକାଳୀନ ଚଢାଉ କରାଯାଇଛି । ସମ୍ବଲପୁର ଭିଜିଲାନ୍ସ ଡିଏସପି ଦୀଶରଥି ସେଠୀ, ବରଗଡ ଡିଏସପି ପରମେଶ୍ବର କିଶାନଙ୍କ ନେତୃତ୍ବରେ ଭିଜିଲାନ୍ସର ଚାରୋଟି ଟିମ୍ ପକ୍ଷରୁ ଏକକାଳୀନ ତିନୋଟି ସ୍ଥାନରେ ଚଢାଉ କରାଯାଇଛି ।

ବଲାଙ୍ଗିର ସାଲେପାଲି ସାର୍କିଟ ହାଉସ ନିକଟରେ ଥିବା ତିନି ମହଲା କୋଠା ରୁ ନଗଦ ୧୬ ଲକ୍ଷ ୩୨ ହଜାର ଟଙ୍କା, ପ୍ରାୟ ୨ ଶହ ଗ୍ରାମ ଓଜନର ସୁନା ଗହଣା, ରୂପା ଅଳଙ୍କାର, ବ୍ୟାଙ୍କ ବୀମା ଜମା ସମେତ ସୌôଖନ ମାରୁତି ସିଆଜ୍ କାର୍, ତିନୋଟି ବାଇକ ସହ ଗୁରୁତ୍ବପୂର୍ଣ୍ଣ ଜମିବାଡି ସଂକ୍ରାନ୍ତୀୟ କାଗଜପତ୍ର ଠାବ କରାଯାଇଛି । ଚଢାଉ ଜାରି ରହିଥିବା ବେଳେ ଠାବ କରାଯାଇଥିବା ସମ୍ପତ୍ତିର ଆକଳନ ଆରମ୍ଭ କରିଛି ଭିଜିଲାନ୍ସ । ତେବେ ଏହା ତାଙ୍କ ବିରୁଦ୍ଧରେ ଏକ ଷଡଯନ୍ତ୍ର ବୋଲି କହିଛନ୍ତି ଅଭିଯୁକ୍ତ ସରକାରୀ ଅଧିକାରୀ । କୌଣସି ଆୟ ବହିର୍ଭୁତ ସମ୍ପତ୍ତି ଠୁଳ କରିନଥିବା ନେଇ ଅଭିଯୁକ୍ତ ୱେସ୍କୋ ଜୁନିଅର୍ ଆକାଉଣ୍ଟାଣ୍ଟ୍ ବିଭୁତି ଭୂଷଣ ବିନ୍ଧାଣୀ ସଫେଇ ଦେଇଛନ୍ତି । ତେବେ ତାଙ୍କ ଘରୁ ବିପୁଳ ପରିମାଣର ନଗଦ ଟଙ୍କା, ସୁନା, ମୂଲ୍ୟବାନ କୋଠା, କାର୍, ଜମିବାଡି କାଗଜପତ୍ର ସମେତ ବ୍ୟାଙ୍କ ବୀମା ଜମା ଠାବ ହୋଇଥିବାରୁ ଆକଳନ ପରେ ଠାବ ସମ୍ପତ୍ତିର ପରିମାଣ କୋଟିଏ ଡେଇଁବ ବୋଲି କହିଛନ୍ତି ଭିଜିଲାନ୍ସ ଅଧିକାରୀ ।

jittmm
Leave A Reply

Your email address will not be published.