pr

ଗନ୍ଧମାର୍ଦ୍ଦନ ଶିିଳ୍ପତାଲିମ୍‌ କେନ୍ଦ୍ରଠାରେ ଝିଅମାନଙ୍କୁ ଅଗ୍ନିବୀର ଉପରେ ୫ ଦିନିଆ ତାଲିମ ପ୍ରଦାନ

dr. purohit

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜିକା ସମାଜରେ ଝିଅମାନେ ବି ପୁଅମାନଙ୍କ ଠୁ କମ୍‌ ନୁହଁନ୍ତି । ସେମାନେ ବି ଦେଶ ମାତୃକାର ସେବା କରିବା ପାଇଁ ଆଗେଇ ଆସୁଥିବା ବେଳେ ବଲାଙ୍ଗିର ସହର ସ୍ଥିତ ଗନ୍ଧମାର୍ଦ୍ଦନ ଶିିଳ୍ପତାଲିମ୍‌ କେନ୍ଦ୍ରଠାରେ ଦେଶ ସେବା କ୍ଷେତ୍ରରେ ନିୟୋଜିତ ହେବା ପାଇଁ ସେମାନଙ୍କ ଦୃଢ ଇଚ୍ଛା ଶକ୍ତିକୁ ଜାଗ୍ରତ କରିବା ପାଇଁ ଏକ ୫ ଦିନିଆ ତାଲିମ ଶିବର ଅନୁଷ୍ଠିତ ହୋଇଯାଇଛି । ବଲାଙ୍ଗିରର ପୂର୍ବତନ ଜିଲ୍ଲାପାଳ ତଥା ବର୍ତ୍ତମାନର ଜିଲ୍ଲାପାଳ ଓ ଏସ୍‌ପିଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରିଣୀ ଲକ୍ଷ୍ମୀ ସିଂଙ୍କ ତତ୍ୱାବଧାନରେ ଗନ୍ଧମାର୍ଦ୍ଦନ ଶିିଳ୍ପତାଲିମ୍‌ କେନ୍ଦ୍ରର ଅଧ୍ୟକ୍ଷ ବିଶ୍ୱରଂଜନ ବେହେରାଙ୍କ ଉପସ୍ଥିତିରେ ଶିଳ୍ପ ତାଲିମ ଅନୁଷ୍ଠାନ ପଡିଆଠାରେ ସୁବେଦାର୍‌ ମେଜର ମହେଶ୍ୱର ଦତ୍ତ ଏବଂ ହାବିଲଦାର ଧିରେନ୍‌ ସୁବା, ଡକ୍ଟର ପ୍ରକାଶ ଦାସଙ୍କ ଉପସ୍ଥିତିରେ ଝିଅମାନଙ୍କୁ ଅଗ୍ନିବୀର ଉପରେ ୫ ଦିନିଆ ତାଲିମ ଦିଆଯାଇଥିଲା । ଉକ୍ତ ତାଲିମରେ ଜିଲ୍ଲାର ବିଭିନ୍ନ ମହାବିଦ୍ୟାଳୟର ଜାତୀୟ ସମର ଶିକ୍ଷାର୍ଥୀ ବାହିନୀର ବଛା ଯାଇଥିବା ୪୦ ଜଣ ପ୍ରାର୍ଥିନୀଙ୍କୁ ଅଗ୍ନିବୀର ନିମନ୍ତେ ତାଲିମ ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଆଇନ୍‌ ପରିବେକ୍ଷକ ଅଧିକାରୀ ଦିଗାମ୍ବର କର, ୟୁନିଟ ତରଫରୁ ଅରୁଣାର ଜିଲ୍ଲା ପରାମର୍ଶଦାତା ପ୍ରମୋଦ ବଗର୍ତ୍ତୀ, ୟୁନିଟର ସାମାଜିକ କର୍ମୀ ଅରୁଣ ଖୁଆସ, ସୁଦାମ ସୁନା ପ୍ରମୁଖ ଉପସ୍ଥିତ ଥିଲେ ।

nrusinghnath
Leave A Reply

Your email address will not be published.