pakka

ଭାରସାମ୍ୟ ହରାଇ ଚାଷ ଜମିକୁ ପଶିଲା ବାଇକ୍‌, ଆରୋହୀ ଗୁରୁତର

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ଭାରସାମ୍ୟ ହରାଇ ଚାଷ ଜମିକୁ ପଶିଯାଇଛି ଏକ ବାଇକ୍‌ । ଏଥିରେ ଆରୋହୀ ଜଣକ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି । ସୂଚନା ଅନୁସାରେ ତରଭା ଥାନା ଅନ୍ତର୍ଗତ ସିଂହାରୀ ଗାଁର ବବଲୁ ଦୀପ(୧୮) କୌଣସି କାମରେ ବାଇକ୍‌ ଯୋଗେ ଚାରଭଟା ଯାଇ ଫେରୁଥିବା ବେଳେ ବରମୁଣ୍ଡା ଗାଁ ନିକଟରେ ତାଙ୍କ ବାଇକ୍‌ ଭାରସାମ୍ୟ ହରାଇ ରାସ୍ତା କଡ଼ର ଚାଷ ଜମିକୁ ପଶି ଯାଇଥିଲା । ଫଳରେ ତାଙ୍କ ମୁଣ୍ଡରେ ଓ ମୁହଁରେ ଗଭୀର ଆଘାତ ହୋଇଥିଲା । ୧୦୮ ଆମ୍ବୁଲାନ୍ସ ସାହାଯ୍ୟରେ ତାଙ୍କୁ ପ୍ରଥମେ ତରଭା ମେଡ଼ିକାଲ୍‌କୁ ଆଣି ଭର୍ତ୍ତି କରାଯାଇଥିବା ବେଳେ ସେଠାରୁ ତାଙ୍କୁ ବଲାଙ୍ଗିର ଭୀମ ଭୋଇ ମେଡ଼ିକାଲ୍‌ କଲେଜ ଓ ହସ୍‌ପିଟାଲ୍‌କୁ ରେଫର୍‌ କରାଯାଇଥିବା ଜଣାପଡ଼ିଛି ।

jay balangir
Leave A Reply

Your email address will not be published.

five × five =