oom

ଅବସରକାଳୀନ ସମ୍ବର୍ଦ୍ଧନା ସଭା

jsmm

ସାଲେଭଟା, (କେପିଏନ୍‌ଏସ୍‌) : ଆଗଲପୁର ବ୍ଲକ ଅନ୍ତର୍ଗତ ବଡଟୀକା ଗ୍ରାମର ସରକାରୀ ପ୍ରାଥମିକ ସ୍କୁଲର ପ୍ରଧାନ ଶିକ୍ଷକ ସନ୍ତୋଷ କୁମାର ପଶାୟତଙ୍କ ଉଦ୍ଦେଶ୍ୟରେ ଅବସରକାଳୀନ ସମ୍ବର୍ଦ୍ଧନା ସଭା ଆୟୋଜିତ ହୋଇଯାଇଛି । ବଡଟୀକା କ୍ଲଷ୍ଟର ଅନ୍ତର୍ଗତ ବରିଷ୍ଠ ପ୍ରଧାନ ଶିକ୍ଷକ ଗଦାଧର ବାରିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଏବିଇଓ ରଜନୀକାନ୍ତ ସାହୁ ମୁଖ୍ୟ ଅତିଥି, ଏବିଇଓ ଜୁଗିଆ ବାରିହା ମୁଖ୍ୟବକ୍ତା, ପଂଚାୟତ ହାଇସ୍କୁଲ ନଅଁଗାର ପ୍ରଧାନ ଶିକ୍ଷକ ଭାଗବତିଆ ସାହୁ, ବଲାଙ୍ଗିର ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ସଂପାଦକ ହରେକୃଷ୍ଣ ରଥ, ଆଗଲପୁର ବ୍ଲକ ସଂପାଦକ ଦିଲ୍ଲୀପ ବେହେରା ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ବିଦାୟୀ ପ୍ରଧାନ ଶିକ୍ଷକ ଶ୍ରୀ ପଶାୟତଙ୍କ ଶିକ୍ଷକତା ଜୀବନର ଅନୁଭୂତି ଓ ସଫଳତା ବିଷୟରେ ମତବ୍ୟକ୍ତ କରିଥିଲେ । ଶ୍ରୀ ପଶାୟତ ତାଙ୍କ ଦୀର୍ଘ ୩୭ ବର୍ଷର ଶିକ୍ଷକତା ଜୀବନର ସ୍ମୃତି ଚାରଣ କରିବା ସହିତ ବିଦ୍ୟାଳୟର ସର୍ବାଙ୍ଗୀନ ବିକାଶରେ ତାଙ୍କୁ ସହଯୋଗ କରିଥିବାରୁ ସମସ୍ତଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ । କ୍ଲଷ୍ଟର ସିଆର୍‌ସିସି ହୃଷିକେଶ ପଧାନ ସଭାକାର୍ଯ୍ୟ ସଂଯୋଜନା କରିଥିଲେ । ଶିକ୍ଷକ ଶିକ୍ଷୟିତ୍ରୀ ଭାସ୍କର ଭୋଇ, ଅଶୋକ ପଧାନ, କିଶୋର ଦଳପତି, ଦେବକୀ ମନହିରା, ଗୁଣନିଧି ସେଠ, ସନ୍ତୋଷିନୀ ବୁଡେକ, ମୁରଲୀ ପଧାନ, ଦିଲ୍ଲୀପ କୁଅଁର, ଛନ୍ଦାଚରଣ ପଧାନ, ଝରଣୀପାଲି ସିଆର୍‌ସିସି ଅନିରୁଦ୍ଧ ଭୋଇ, ଆଗଲପୁର ଶିକ୍ଷକ ସଂଘ ସଭାପତି ଦୁର୍ଯ୍ୟୋଧନ ପଶାୟତ, ପ୍ରଧାନ ଶିକ୍ଷକ ରଘୁନାଥ ଷଡଙ୍ଗୀ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଦିବାକର ପଧାନ ଓ ସମବେତ କମିଟି ସଭ୍ୟସଭ୍ୟା ବଡଟୀକା ଗ୍ରାମରେ ଶୋଭାଯାତ୍ରାରେ ଯାଇ ବିଦାୟୀ ଶିକ୍ଷକ ଶ୍ରୀ ପଶାୟତଙ୍କୁ ତାଙ୍କ ବାସଗୃହକୁ ପାଛୋଟି ନେଇଥିଲେ । ପ୍ରଧାନ ଶିକ୍ଷକ ଅଶୋକ ପଧାନ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.