pr

ବନାଞ୍ଚଳସ୍ତରୀୟ ବନାଗ୍ନି ନିବାରଣ ସଚେତନତା ସଭା ଅନୁଷ୍ଠିତ

dr. purohit

ତୁରେକେଲା, (କୈଳାସ ସଗ୍ରିଆ) : ବୁଧବାର ବଲାଙ୍ଗିର ବନଖଣ୍ଡ ଅନ୍ତର୍ଗତ କଣ୍ଟାବାଞ୍ଜି ବନାଞ୍ଚଳ ଆନୁକୂଲ୍ୟରେ ତୁରେକେଲା ବନପାଳ କାର୍ଯ୍ୟାଳୟ ପରିସରରେ ବନାଞ୍ଚଳସ୍ତରୀୟ ବନାଗ୍ନି ନିବାରଣ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି । କଣ୍ଟାବାଞ୍ଜି ରେଞ୍ଜର ସିଦ୍ଧାନ୍ତ କୁମାର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ କୌଶିକ ମେହେର, ଜିଲ୍ଲା ପରିଷଦ ସଭ୍ୟ, ମୁଖ୍ୟ ଅତିଥି, ପ୍ରକୃତି ବନ୍ଧୁବିରଂଚି ନାରାୟଣ ଦାଶ, ମୁଖ୍ୟବକ୍ତା, ଜଳନ୍ଧର ମହାକୁଡ, ସରପଞ୍ଚ, ଅସିତ କୁମାର ଜେନା, ଅଗ୍ଳିଶମ ଅଧିକାରୀ, ବ୍ରଜ ବିଶ୍ୱାଳ, କେନ୍ଦୁପତ୍ର ଫରେଷ୍ଟର, ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ । କଣ୍ଟାବାଞ୍ଜି ଫରେଷ୍ଟର କାମେଶ୍ୱର ତାଣ୍ଡି ସଭା ପରିଚାଳନା ଓ ଢୋଲମାନ୍ଦଲ ଫରେଷ୍ଟର କୀର୍ତ୍ତିଚନ୍ଦ୍ର ସୁଆର ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ବନ ବିଭାଗର କର୍ମଚାରୀ, ଫରେଷ୍ଟର ନପ ହରପାଲ, ଗୋବର୍ଦ୍ଧନ ପଟେଲ, ସୁନିଲ ଛତ୍ରିଆ, ଫରେଷ୍ଟଗାର୍ଡ ପରମାନନ୍ଦ ମାଝୀ, କୃଷ୍ଣଚନ୍ଦ୍ର ବନଛୋର, ପ୍ରଦୀପ ମାଝୀ, ଜାହ୍ନବୀ ବେହେରା, ଅଭିମନ୍ୟୁ ଭୋଇ, ସ୍ୱର୍ଣ୍ଣଲତା ହେର୍ଣ୍ଣା,ପାରା ପ୍ରୋଟେକ୍ସନ ସ୍କ୍ୱାଡ ପରମାନନ୍ଦ ଭାଟି, ଧନେଶ୍ୱର ମାଝୀ, ବିଷ୍ଣୁ ଛୁରା, ସ୍ୱୟଂ ସହାୟକ ଗୋଷ୍ଠୀ, ସମାଜସେବୀ ତଥା ପ୍ରକୃତି ପ୍ରେମୀମାନେ ଯୋଗ ଦେଇଥିଲେ । ଅତିଥିମାନେ ବନାଗ୍ନିର କାରଣ ଓ କ୍ଷତି ଉପରେ ଆଲୋକପାତ କରିଥିଲେ । ଗ୍ରୀଷ୍ମ ଋତୁରେ କିଭଳି ଭାବରେ ବନାଗ୍ନିକୁ ରୋକି ହେବ ତାହାରି ଉପରେ ଆଲୋଚନା ହୋଇଥିଲା । ପରିଶେଷରେ ଜଙ୍ଗଲ ବଞ୍ଚେଇବାକୁ ସମସ୍ତେ ଶପଥ ପାଠ କରିଥିଲେ ।

nrusinghnath
Leave A Reply

Your email address will not be published.