କଂଗ୍ରେସ ଦଳର ୧୩୬ ତମ ପ୍ରତିଷ୍ଠା ଦିବସ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ତ ପାଇକମାଲ ଚେତନା ଶ୍ରମିକ ସଙ୍ଗଠନ କାର୍ୟ୍ୟାଳୟ ପରିସରରେ ପାଇକମାଲ ବ୍ଲକ କଂଗ୍ରେସ ଦଳର ୧୩୬ ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଏହି ବୈଠକରେ ନୁତନ ଭାବେ ପାଇକମାଲ ବ୍ଲକ ସଭାପତି ଭାବେ ନିର୍ବାଚିତ ହୋଇଥିବା ଶ୍ରୀ ବିନୋଦ ବିହାରୀ ବିଶ୍ବାଳ ସଭାପତିତ୍ବରେ କରିଥିଲେ । ସମସ୍ତ କର୍ମୀ ମାନଙ୍କୁ ଜାତୀୟ କଂଗ୍ରେସ ପ୍ରତିଷ୍ଠା ଦିବସରେ କଂଗ୍ରେସ ଦଳର ସଂଗଠନ ଉପରେ ଆଲୋଚନା କରି ବ୍ଲକ କଂଗ୍ରେସ କମିଟି ତଥା କର୍ମକର୍ତ୍ତା ଗଠନ କରାଯାଇ ସଂଗଠନ ଉପରେ ଗୁରୁତ୍ୱ ଦେବା ସକାଶେ ଆହ୍ବାନ କରାଯାଇଥିଲା । ଏହି ସଭାରେ ବରିଷ୍ଠ କଂଗ୍ରେସ ନେତା ବିନୋଦ କାଲିଆ ସଂଗଠନର ଉପରେ ଗୁରୁତ୍ୱ ଦେବା ଏବଂ ଜନ ସାଧାରଣଙ୍କୁ ପ୍ରତ୍ୟକ୍ଷ ଭାବେ ଯୋଗାଯୋଗ କରି ସମସ୍ତ କାର୍ୟ୍ୟକଳାପରେ ସାମିଲ ହେବା ସକାଶେ ମତ ପ୍ରଦାନ କରିଥିଲେ । ସଭାରେ ବିନୋଦ କାଲିଆ, ଅଶ୍ବିନୀ ପଟେଲ, ଉମାକାନ୍ତ ବାଗ, ବିଜୟାନନ୍ଦ ପଟ୍ଟନାୟକ, ଧନିରାମ ପ୍ରଧାନ, ଚନ୍ଦୁଲାଲ ପ୍ରଧାନ, ସହଦେବ ସାହୁ, ବୈବିଶ୍ବତ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ପ୍ରାଣବ‌ନ୍ଧୁ ଦାଶ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.