csstore

ଲୋଇସିଂହାରେ ସୂଚନା ଅଧିକାର ଆଇନ ମହାସମ୍ମିଳନୀ ଆୟୋଜିତ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଓଡ଼ିଶା ରାଜ୍ୟ ସୂଚନା ଅଧିକାର ଅଭିଯାନ ତରଫରୁ ସୂଚନା ଅଧିକାର ଆଇନ ଓ ତାହାର କାର୍ଯ୍ୟକାରିତା ଉପରେ ଏକ ଦ୍ଵିଦିବସୀୟ ଆନ୍ତଃ ଜିଲ୍ଲା ମହାସମ୍ମିଳନୀ ଲୋଇସିଂହା ଆଦିବାସୀ ଭବନ ଠାରେ ଆୟୋଜିତ ହୋଇଯାଇଛି । ସୂଚନା ଅଧିକାର କର୍ମୀ କେଦାର ନନ୍ଦଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ସୂଚନା ଅଧିକାର ଅଭିଯାନ(ଓସା)ର ରାଜ୍ୟ ଆବାହକ ପ୍ରଦୀପ ପ୍ରଧାନ ଯୋଗଦେଇ ଥିବାବେଳେ ସମ୍ମାନିତ ଅତିଥି ଭାବେ ନବ ନିର୍ମାଣ କୃଷକ ସଂଗଠନର ସଦସ୍ୟ ତଥା ଚାଷୀ ନେତା ଜତି ପଧାନ, ବରିଷ୍ଠ ସୂଚନାଧିକାର କର୍ମୀ କେଦାରନାଥ ସାହୁ ପ୍ରମୁଖ ମଞ୍ଚାସୀନ ଥିଲେ । ସମାଜରେ ସ୍ୱଚ୍ଛତା, ଉତ୍ତରଦାୟିତ୍ଵ ତଥା ଦୁର୍ନୀତିର ପ୍ରତିରୋଧ କରାଯିବା ସକାଶେ ସୂଚନା ଅଧିକାର ଆଇନକୁ ଏକ ଆନ୍ଦୋଳନରେ ପରିଣତ କରିବା ସହିତ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାର ଆବଶ୍ୟକତା ରହିଥିବା ନେଇ ମୁଖ୍ୟ ଅତିଥି ଶ୍ରୀ ପ୍ରଧାନ ମତବ୍ୟକ୍ତ କରିଥିଲେ । ଏଥିସହିତ ଦୁର୍ନୀତିର ମୂଳୋତ୍ପାଟନ ପାଇଁ ସୂଚନା ଅଧିକାର ଆଇନକୁ ଏକ ପ୍ରମୁଖ ଅସ୍ତ୍ର ଭାବେ ବ୍ୟବହାର କରିବାକୁ ଅତିଥି ଗଣ ଆହ୍ୱାନ କରିଥିଲେ । ବରିଷ୍ଠ ସୂଚନା ଅଧିକାର କର୍ମୀ ଶଙ୍କର ପାଣିଗ୍ରାହୀ କାର୍ଯ୍ୟକ୍ରମ ସଂଯୋଜନା କରିବା ସହିତ ଅତିଥି ପରିଚୟ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଅଂଚଳରୁ ସୂଚନା ଅଧିକାର କର୍ମୀ, ସମାଜସେବୀ, ଚାଷୀ ତଥା ବୁଦ୍ଧିଜୀବୀ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

jayashree
Leave A Reply

Your email address will not be published.