୯୮ତମ ମାସିକିଆ ସାମୁହିକ ଜନ୍ମ ଦିବସ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଅନ୍ଵେଷା ତାର ୯୮ତମ ମାସିକିଆ ସାମୁହିକ ଜନ୍ମଦିନ ସେକ୍ଟର ୧୭ ସ୍ଥିତ ହୋମ୍‌ ଆଣ୍ଡ୍‌ ହୋପ୍‌ ଠାରେ ପାଳନ କରିଛି । ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ସଭାପତି କଳ୍ପନା ଶତପଥି ସଭାପତିତ୍ୱ କରିଥିବା ବେଳେ ରାଜେନ୍ଦ୍ର ପଣ୍ଡା ମଞ୍ଚ ପରିଚାଳନା କରିଥିଲେ । ପ୍ରତିମାସ ଭଳି ଏହି ମାସ ମଧ୍ୟ ଅନୁଷ୍ଠାନ ପକ୍ଷରୁ ଫେବୃଆରୀ ମାସରେ ଜନ୍ମ ହୋଇ ଥିବା ସଦସ୍ୟ ମାନଙ୍କ ମଧ୍ୟରୁ ସସ୍ମିତା ପ୍ରଧାନ, ଗୌରୀ କୁମ୍ଭାର, ରେଖା ଗୁପ୍ତା, ଚନ୍ଦନ ଗୁପ୍ତା ନିଜର ଜନ୍ମଦିନ ପାଳନ କରିଥିଲେ । ଏହି ଅବସରରେ ସମାଜସେବୀ କମଳ ଅଗ୍ରୱାଲ ଓ ଅନିତା ଅଗ୍ରୱାଲ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହ ଆଗକୁ ମଧ୍ୟ ଏହିଭଳି କାର୍ଯ୍ୟକ୍ରମ ଜାରି ରଖିବାକୁ କହିଥିଲେ । ଏନ୍‌ଆଇଟିର ପ୍ରଫେସର ଦିଲ୍ଲୀପ ବିଶୋଇ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ ଏବଂ ଏହି ଶିଶୁମାନେ କିଭଳି ଭବିଷ୍ୟତରେ ନିଜ ଭିତରେ ଥିବା ବିଶିଷ୍ଟ ଗୁଣକୁ ଜାଣିପାରିବେ ତା ଉପରେ ଆଲୋକପାତ କରିଥିଲେ । ବିଦ୍ୟାଳୟର ପ୍ରଧାନ ଅଧ୍ୟକ୍ଷା ଅନୁଷ୍ଠାନର ଏହି ପରି କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅନୁଷ୍ଠାନର ବରିଷ୍ଠ ଉପଦେଷ୍ଠା ରାକେଶ ସିଂ, ଚନ୍ଦ୍ରଶେଖର ଶତପଥୀ, ରୋବେର୍ଟ ହାଇଫିଲ, ରଶ୍ମିତା ପଣ୍ଡା, ସନ୍ତୋଷିନୀ, ଚୈତନ୍ୟ, କାମିନୀ ମହାନ୍ତ, ରାହୁଲ ରାୟ, ଶାନ୍ତି, ଗ୍ରେସୀ ଡାଭିଡ଼, ଦିଲ୍ଲୀପ ମହାରଣା, ଦିବାକର ଦାସ, କଲ୍ୟାଣୀ ଦାସ, ଲଳିତା, ଇନ୍ଦ୍ରନୀଲ ସରକାର, ମଞ୍ଜୁବାଳା ପାଢ଼ୀ, ପ୍ରଶାନ୍ତ ପାତ୍ର ପିଲାଙ୍କୁ ଜନ୍ମଦିନ ଉପହାର ଦେବାରେ ସାହାଯ୍ୟ କରିଥିଲେ । ଏହି ସମସ୍ତ କାର୍ଯ୍ୟକ୍ରମ ଅନୁଷ୍ଠାନର ବରିଷ୍ଠ ସଦସ୍ୟ ରାଜେନ୍ଦ୍ର ପଣ୍ଡା ଓ ମୋହନ ପଟ୍ଟନାୟକଙ୍କ ପ୍ରତ୍ୟକ୍ଷ ତତ୍ଵାବଧାନରେ ହୋଇଥିଲା ।

jittmm
Leave A Reply

Your email address will not be published.