ବଲାଙ୍ଗିର ଜିଲ୍ଲାରେ ଆଜି ୨୨ ଜଣ କରୋନା ଆକ୍ରାନ୍ତ : ବଲାଙ୍ଗିର ପୈାରାଂଚଳରୁ ୧୦

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ଆଜି ୨୨ ଜଣ କରୋନା ଆକ୍ରାନ୍ତ ହୋଇଥିବା ବେଳେ ବଲାଙ୍ଗିର ପୈାରାଂଚଳରେ ୧୦ ଜଣ ସଂକ୍ରମିତ ହୋଇଥିବା ସରକାରୀ ସୂତ୍ରରୁ ସୂଚନା ମିଳିଛି । ବଲାଙ୍ଗିର ପୈାରାଂଚଳ ୱାର୍ଡ ନଂ.୧ ଓ ୪ରୁ ଦୁଇ ଜଣ ଲେଖାଏଁ, ୱାର୍ଡ ନଂ.୨ରୁ ଚାରି ଜଣ, ୱାର୍ଡ ନଂ. ୧୯ ଓ ୨୦ରୁ ଜଣେ ଲେଖାଁଏ ଆକ୍ରାନ୍ତ ହୋଇଛନ୍ତି । ସେହିପରି ବଙ୍ଗୋମୁଣ୍ଡା ବ୍ଲକରୁ ଜଣେ, ବେଲପଡ଼ା ବ୍ଲକ୍‌ରୁ ଦୁଇ ଜଣ, ଦେଓଗାଁ ବ୍ଲକ ମୁକୁନ୍ଦପୁରରୁ ଜଣେ, ଖପ୍ରାଖୋଲ ବ୍ଲକ ବାଘମୁଣ୍ଡ ଓ କରୁଆଁଝର ଗ୍ରା.ପ. ରୁ ଜଣେ ଲେଖାଏଁ , ମୁରିବାହାଲ ବ୍ଲକର ଚଲକି ଓ ଗୁଡିଘାଟ ଗ୍ରା.ପ.ରୁ ଜଣେ ଲେଖାଏଁ , ପାଟଣାଗଡ ବ୍ଲକ ଫଟାମୁଣ୍ଡା ଗ୍ରା.ପ.ରୁ ଜଣେ , ତୁରେକେଲା ବ୍ଲକ ଧମନଡାଙ୍ଗ ଗ୍ରା.ପରୁ ୨ ଓ ତୁରେକେଲା ରୁ଼ ଜଣେ କରୋନା ସଂକ୍ରମିତ ହୋଇଛନ୍ତି । ତେବେ ବଲାଙ୍ଗିର ଜିଲ୍ଲାରେ ସମୁଦାୟ ୧୨୫ ଜଣ ଏକ୍‌ଟିଭ୍‌ ଆକ୍ରାନ୍ତ ଚିକିତ୍ସାଧୀନ ରହିଛନ୍ତି ।

Leave A Reply

Your email address will not be published.