oom

ପଦ୍ମପୁରରେ ମାଇକ୍ରୋଏକଟିଭିଟି ସେଣ୍ଟର ଉଦଘାଟିତ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ୱାର୍ଡ ନଂ- ୧୧ (ଏକଲବି ନିର)ରେ ଏକ ମାଇକ୍ରୋ ଏକଟିଭିଟି ସେଣ୍ଟର ଉଦଘାଟିତ ହୋଇଯାଇଛି । ଏହି ଉପଲକ୍ଷେ ଆୟୋଜିତ କାର୍ୟ୍ୟକ୍ରମରେ ପଦ୍ମପୁର ଉପ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ ମୁଖ୍ୟଅତିଥି ଭାବରେ ଯୋଗଦାନ କରି ଏହି ମାଇକ୍ରୋ ଏକଟିଭିଟି ସେଣ୍ଟରକୁ ଉଦଘାଟନ କରିଥିଲେ । ଏହି ମାଇକ୍ରୋ ଏକଟିଭିଟି ସେଣ୍ଟର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କର ବିଭିନ୍ନ ସଭାସମିତି ତଥା ଅନ୍ୟାନ୍ୟ କାର୍ୟ୍ୟରେ ବ୍ୟବହୃତ ହେବା ସହିତ ଜନ ସାଧାରଣଙ୍କ ସାମୁହିକ କାର୍ୟ୍ୟକ୍ରମ ନିମନ୍ତେ ଉପଯୋଗ ହୋଇପାରିବ। ଏହି କାର୍ୟ୍ୟକ୍ରମରେ ବିଜ୍ଞାପିତ ଅଞ୍ଚଳର କାର୍ୟ୍ୟ ନିର୍ବାହୀ ଅଧିକାରୀ ଜୟନ୍ତ କୁମାର ସାହୁ, ଉପଖଣ୍ତ ଚିକିତ୍ସାଧିକାରୀ ଡଃ ତହସିଲ ସାହୁ, ଚିତ୍ରୋତ୍ପଳା ମେହେର, ଉପଖଣ୍ତ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ପୂର୍ଣ୍ଣ ଚନ୍ଦ୍ର ପାଣିଗ୍ରାହୀ, ବିଜ୍ଞାପିତ ଅଞ୍ଚଳ ପରିଷଦ କର୍ମଚାରୀ ତଥା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟ ମାନେ ଯୋଗଦାନ କରିଥିଲେ ।

jittmm
Leave A Reply

Your email address will not be published.